କ୍ରାଇମ

‘ଇନ୍‌ଷ୍ଟା’ ଫଲୋୟର୍ସଙ୍କ ଯୋଗୁଁ ପିଲାଙ୍କ ଆଗରେ ସ୍ତ୍ରୀ’ଙ୍କ ତଣ୍ଟିଚିପି ହତ୍ୟା କଲେ ସ୍ବାମୀ – Utkal Mail


ଲକ୍ଷ୍ନୌ: ରବିବାର ଭୋର୍‌ ପ୍ରାୟ ୫.୩୦ରେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ କାର୍‌ ଭିତରେ ଦୁଇ ପିଲାଙ୍କ ଆଗରେ ଜଣେ ବ୍ୟବସାୟୀ ତାଙ୍କ ସ୍ତ୍ରୀ’ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା କଥା ପୁଲିସ କହିଛି।

ପ୍ରାୟ ୧୫ ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀ’ଙ୍କୁ ସେ ୩୭ ବର୍ଷୀ ବ୍ୟବସାୟୀଜଣକ ସେମାନଙ୍କ ୧୨ ବର୍ଷୀୟ ଝିଅ  ଓ ୫ ବର୍ଷିଅ ପୁଅ ସମ୍ମୁଖରେ ହତ୍ୟା କରିବାର ମୂଳ କାରଣ ‘ଇନ୍‌ଷ୍ଟାଗ୍ରାମ୍‌’ ବୋଲି ପୁଲିସ ସୂଚନା ଦେଇଛି।

ସ୍ତ୍ରୀ ଗୃହିଣୀ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ‘ଟୁର୍‌ ଓ ଟ୍ରାଭେଲ୍‌ ଏଜେନ୍‌ସି’ ବ୍ୟବସାୟ କରୁଥିଲେ। ସେମାନେ ଲକ୍ଷ୍ନୌ ଅନ୍ତର୍ଗତ ପାରା ଅଞ୍ଚଳରେ ବାସ କରନ୍ତି। ‘ଏସ୍‌ୟୁଭି’ରେ (କାର୍‌) ସେମାନେ ରାଏ ବରେଲି ବାହାରିଥିଲେ କିନ୍ତୁ, ସ୍ତ୍ରୀ’ଙ୍କୁ ହତ୍ୟା କରିବା ପାଇଁ ସେ ରାସ୍ତା ବଦଳାଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେକୁ ଆସିଥିଲେ।

ସମ୍ପ୍ରତି ‘ଲକ୍‌’ ଓ ‘ପ୍ରାଇଭେଟ୍‌’ କରାଯାଇଥିବା ମୃତା ମହିଳାଙ୍କର ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌କୁ ପୁଲିସ କର୍ତ୍ତୃପକ୍ଷମାନେ ପର୍ଯ୍ୟବେକ୍ଷଣ କରିବେ। ନିଜ ‘ଇନ୍‌ଷ୍ଟା’ ଆକାଉଣ୍ଟ୍‌ରେ ମହିଳାଜଣକ ତାଙ୍କ ସ୍ବାମୀଙ୍କୁ ମଧ୍ୟ ‘ବ୍ଲକ୍‌’ କରି ଦେଇଥିଲେ। ଏ ଜନିତ ସନ୍ଦେହ ଓ ହୀନମନ୍ୟତା ବୃଦ୍ଧି ଯୋଗୁଁ ପରିଶେଷରେ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା କଥା ପୁଲିସ କହିଛି। ସ୍ବାମୀଙ୍କର ସନ୍ଦେହ ହୋଇଥିଲା ଯେ, ତାଙ୍କ ଅନୁପସ୍ଥିତିରେ କେତେକ ‘ଫଲୋୟର୍ସ’ ସ୍ତ୍ରୀ’ଙ୍କୁ ଭେଟିବାକୁ ଘରକୁ ଆସୁଛନ୍ତି। ଏଥିଯୋଗୁଁ ଦୁହିଁଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା।

Image Courtesy of India Posts English

ସ୍ତ୍ରୀ’ଙ୍କୁ ହତ୍ୟା କରିବା ପରେ ଭୟଭୀତ ହୋଇଯାଇଥିବା ପିଲାଙ୍କ ସହିତ ସ୍ବାମୀ କାର୍‌କୁ ଲକ୍‌ କରି ଭିତରେ ବସି ରହିଥିଲେ। ‘ୟୁପିଇଆଇଡିଏ’ର ଏକ ପାଟ୍ରୋଲିଙ୍ଗ୍‌ ଟିମ୍‌ ସନ୍ଦେହଜନକ ଅବସ୍ଥାରେ କାର୍‌ଟି ଠିଆ ହୋଇଥିବା ଦେଖି ପାଖ ଥାନାକୁ ସୂଚନା ଦେଇଥିଲା। ପୁଲିସ ପହଞ୍ଚିବା ପରେ ଝିଅଠାରୁ ବୟାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button