ଦେଶ ବିଦେଶ

ବନ୍ଧକମାନଙ୍କୁ ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ; ହମାସକୁ ଏଭଳି ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ୍ ପ୍ରସଙ୍ଗରେ ଏକ ସୁଦୂରପ୍ରସାରୀ ନିଷ୍ପତ୍ତି ନେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇସ୍ରାଏଲ ଏଜେଣ୍ଡାକୁ ଫେରି ଆସିଛନ୍ତି। ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀମାନଙ୍କୁ ଫେରାଇ ଆଣିବା ପାଇଁ ଟ୍ରମ୍ପ ହମାସକୁ ଏକ କଡ଼ା ଏବଂ ଶେଷ ଚେତାବନୀ ଦେଇଛନ୍ତି।

ତୁରନ୍ତ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଟ୍ରମ୍ପ ହମାସ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ଏହା ନକରନ୍ତି ତେବେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବାର୍ତ୍ତା ଜାରି କରି ଟ୍ରମ୍ପ ହମାସକୁ ଏଭଳି ଧମକ ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ହେଲୋ…ତୁମେ ବାଛିପାରିବ। ସମସ୍ତ ବନ୍ଧକଙ୍କୁ ଏବେ ମୁକ୍ତ କରିବା ସହ ହତ୍ୟା କରିଥିବା ଲୋକଙ୍କ ମୃତଦେହକୁ ତୁରନ୍ତ ଫେରାଇ ଦିଅ। ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ। କେବଳ ମାନସିକ ବିକୃତ ଲୋକମାନେ ମୃତଦେହକୁ ନିଜ ପାଖରେ ରଖନ୍ତି ଏବଂ ତୁମେମାନେ ତାହା ବୋଲି ପ୍ରମାଣ କରିଛ। ମୁଁ ଇସ୍ରାଏଲକୁ କାମ ସମାପ୍ତ କରିବା ପାଇଁ ଯାହା ଆବଶ୍ୟକ ତାହା ପଠାଉଛି, ଯଦି ତୁମେ ମୋ କଥା ଅନୁସାରେ ନକର, ତେବେ ଜଣେ ହେଲେ ହମାସ ସଦସ୍ୟ ସୁରକ୍ଷିତ ରହିବେ ନାହିଁ।”

 

ବର୍ତ୍ତମାନ ପର୍ଯ୍ୟନ୍ତ, ଆମେରିକା ହମାସ ସହିତ ସିଧାସଳଖ ଆଲୋଚନାକୁ ଏଡ଼ାଇ ଆସୁଥିଲା। ଆମେରିକାର ବୈଦେଶିକ ବିଭାଗ ୧୯୯୭ମସିହାରେ ହମାସକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button