ନୀତି

ଚାଣକ୍ୟ ନୀତି : ସବୁବେଳେ ରହିବାକୁ ଚାହୁଁଛନ୍ତି ଧନବାନ ତେବେ ରଖନ୍ତୁ ଏହି ଜିନିଷର ଧ୍ୟାନ

ବିଶିଷ୍ଟ ନୀତିଜ୍ଞ ଚାଣକ୍ୟ ମନୁଷ୍ୟ ଜୀବନ ଉପରେ ଆଧାରିତ ଅନେକ ମହତ୍ତ୍ବପୂର୍ଣ୍ଣ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ଏଥିରେ କୌଣସି ପ୍ରକାରର ସନ୍ଦେହ ରହିନାହିଁ କି ଚାଣକ୍ୟଙ୍କ ଏହି ନୀତି ଏବଂ ଉପଦେଶ ପାଳନ କରିବା ଦ୍ବାରା ସଫଳତା ସହ ସୁଖ ସମ୍ରୁଦ୍ଧି ପ୍ରାପ୍ତ ହୋଇଥାଏ। ଧନ ପ୍ରାପ୍ତ କରିବା ସମସ୍ତ ମନୁଷ୍ୟର ଅଭିଳାଷ ରହିଥାଏ। ଚାଣକ୍ୟ ନିଜର ଶ୍ଳୋକ ଜରିଆରେ ଧନପ୍ରାପ୍ତିର କିଛି ସାଧନ ଏବଂ ତାହାର ମହତ୍ତ୍ବ ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା ଧନପ୍ରାପ୍ତି ସମ୍ବନ୍ଧୀୟ ଚାଣକ୍ୟଙ୍କ କିଛି ଜରୁରୀ ନିତି।

त्यजन्ति मित्राणि धनैर्विहीनं दाराश्च पुत्राश्च सुहृ ..
तं अर्थवन्तं पुनराश्रयन्ति अर्थो हि लोके पुरुषस्य बन्धुः॥ 

ଚାଣକ୍ୟଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ପାଖରେ ଧନ ରହିଥାଏ ତାହା ପାଖରେ ସୁଖର ସମସ୍ତ ପ୍ରକାରର ସାମଗ୍ରୀ ରହିଥାଏ। ଯେବେ ତାହା ନିକଟରେ ଧନ ସମାପ୍ତ ହୋଇଯାଇଥାଏ ତାହା ନିକଟରୁ ସମସ୍ତେ ଦୂରକୁ ଚାଲିଯାଇଥାନ୍ତି। ଏପରି ମଧ୍ୟ କୁହାଯାଇଥାଏ ଧନହୀନ ମଣିଷ ଲକ୍ଷବିହିନ ହୋଇଥାଏ।

chanakya

ଚାଣକ୍ୟଙ୍କ କହିବାନୁଯାୟୀ, ମନୁଷ୍ୟ ଧନହୀନ ହୋଇଥିଲେ ନିଜ ଲୋକମଧ୍ୟ ପର ହୋଇଯାଇଥାନ୍ତି। ଏପରିକି ନିଜର ପତ୍ନୀ, ମିତ୍ର, ପୁତ୍ର ଆଦି ମଧ୍ୟ ଶତ୍ରୁ ଭଳି ବ୍ୟବହାର କରିଥାନ୍ତି। ଏଣୁ ଚାଣକ୍ୟ କହିଛନ୍ତି ଧନ ହିଁ ଆପଣଙ୍କ ମିତ୍ର। ଏହାଥିଲେ ଜୀବନରେ ସମସ୍ତଙ୍କ ସାହାରା ମିଳିଥାଏ।

अन्यायोपार्जितं वित्तं दशवर्षाणि तिष्ठति | 
प्राप्ते चैकादशे वर्षे समूलंचविनश्यति || 

ଚାଣକ୍ୟଙ୍କ କହିବାନୁଯାୟୀ, ଧନ ମନୁଷ୍ୟଙ୍କ ପାଇଁ ଜରୁରୀ ରହିଥାଏ କିନ୍ତୁ ଏହା ଅର୍ଥ ନୁହଁକି ଏଥିପାଇଁ କିଛି ଭୁଲ ରାସ୍ତା ଅବଲମ୍ବନ କରିବେ। ଚାଣକ୍ୟ ନୀତି ଅନୁଯାୟୀ, ଅନୈତିକ ଭାବେ ରୋଜଗାର କରାଯାଇଥିବା ଧନର ପରିଣାମ ସବୁବେଳେ ଖରାପ ହିଁ ହୋଇଥାଏ।ଏଣୁ ସବୁବେଳେ ମଣିଷକୁ ସଠିକ୍ ଭାବେ ଧନ ଉପାର୍ଜନ କରିବା ଉଚିତ୍।

ଚାଣକ୍ୟ ନୀତି ଅନୁଯାୟୀ ଅନ୍ୟତିକ ଭାବେ ରୋଜଗାର କରାଯାଇଥିବା ଧନର ଅବଧି ମାତ୍ର ୧୦ ବର୍ଷ ହିଁ ରହିଥାଏ। ଏବଂ ୧୧ବର୍ଷକୁ ସେହି ଧନ ମୂଳ ସହ ନଷ୍ଟ ହୋଇଯାଇଥାଏ। ଏପରି ମଧ୍ୟ କୁହାଯାଇଛି ଯେଉଁ ବ୍ୟକ୍ତି ଧନ ଥିବା ପରେ ମଧ୍ୟ ଦାନକର୍ମ କରିବାକୁ ପଛଘୂଞ୍ଚା କରିଥାଏ ତାଙ୍କ ନିକଟରେ ଧନର ଅଭାବ ଦେଖାଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button