ରାଜନୀତି

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ – Utkal Mail


ଭୁବନେଶ୍ୱର: ବିଜେପିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ସେ ଆଜି ପୁଣିଥରେ ରାଜ୍ୟ ସରକାର ତଥା ସିଏମଓ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେଡି ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଏହି ନେତା ଜନବିରୋଧୀ ବୋଲି କହି ଦଳ ତାଙ୍କୁ ବହିଷ୍କାର କରିବା ପରେ ସେ ନିଜର ପୁରୁଣା ଦଳ ଏବଂ ତଥା ଏକ ନିର୍ଦ୍ଦିଷ୍ଟ କୋଟେରୀକୁ ଟାର୍ଗେଟ କରି ଆସୁଛନ୍ତି।

ଏହି କ୍ରମରେ ସେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ କହୁଥିବା ଏକ ଧାଡିକୁ କାଉଣ୍ଟର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ରାଜ୍ୟର ଆଇନ ତା ବାଟରେ ଚାଲିନାହିଁ ବରଂ ଏକ ଉଦ୍ଦେଶ୍ୟ ରଖି ଚାଲିଛି। ଉଲ୍ଲେଖଯୋଗ୍ୟ, ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଲା ବେଳେ କୁହନ୍ତି, ଆଇନ୍ ତା ବାଟରେ ଚାଲିବ।

ଗୋପାଳପୁର ବିଧାୟକ କହିଛନ୍ତି, ରାଜ୍ୟକୁ ପାଞ୍ଚ ଜଣିଆ ଗ୍ୟାଙ୍ଗ ଲୁଟୁଛନ୍ତି। ସିଏମଓ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି। ସିଏମଓରେ ନିୟୋଜିତ ଥିବା ଅଧିକାରୀ ଦୁର୍ନୀତିରେ ଲିପ୍ତ ରହିଛନ୍ତି। ଓପିଏସସି, ଏସଏସସି ଅଧ୍ୟକ୍ଷ ଏବଂ ସଦସ୍ୟ ଦୁର୍ନୀତିରେ ସାମିଲ ଥିବା ସେ କହିଛନ୍ତି।

କନେଷ୍ଟବଳ ନିଯୁକ୍ତି ଘୋଟାଲା ପ୍ରଥମେ ୨୦୦୨-୨୦୦୩ରେ ଆରମ୍ଭ ହୋଇଥିଲା। ସେହି ସମୟରେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସିଥିଲା। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ଏବଂ ସେମାନେ ଦେଶ ଛାଡ଼ି ଫେରାର ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁର୍ନୀତି ଆରମ୍ଭ ହୋଇଥାଏ। ତେବେ ଅନ୍ୟମାନେ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ସେ କହିଛନ୍ତି। ନିଯୁକ୍ତି ଦୁର୍ନୀତିର ତଦନ୍ତ ପାଇଁ ବିଧାନସଭାରେ ସ୍ୱତନ୍ତ୍ର କମିଟି କାହିଁକି ଗଠନ କରାଯାଉନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଏହାପରେ ସେ କହିଛନ୍ତି, ତାଙ୍କ ବର୍ତ୍ତମାନ ଆଇନ ତା’ ବାଟରେ କାମ କରୁନାହିଁ, ବରଂ ଏହା ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ।

ଭିଜିଲାନ୍ସ ଚାର୍ଜସିଟରେ ବିଜେଡି ନେତାଙ୍କ ନାଁ ଥିବା ଏବଂ କ୍ରାଇମବ୍ରାଞ୍ଚ ମାମଲାରେ ସମ୍ପୃକ୍ତି ଅଭିଯୋଗରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ଆଇନ ତା ବାଟରେ ଯିବ। ତେବେ ସାର୍ ଆପଣ ଆଇନକୁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରୁଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ବିଜେଡି ପାଣ୍ଠିକୁ କେଉଁଠୁ ଆସୁଛି ପଇସା ତାହାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ୨୦୧୭-୨୦୨୨ ଯାଏଁ ବିଜେଡିର ଦଳୀୟ ପାଣ୍ଠି ଭାବେ ୬୨୨ କୋଟି ଟଙ୍କା ଜମା ହୋଇଛି। ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିଲେ ମଧ୍ୟ ବିଜେଡିକୁ ଦ୍ୱିତୀୟ ସର୍ବାଧିକ ପାଣ୍ଠି ମିଳିଛି। ଏତେ ଟଙ୍କା କେଉଁଠୁ ଆସୁଛି? ଆଗରୁ ଏମିତି ହେଉ ନ ଥିଲା। ରହସ୍ୟ କ’ଣ? ଏହି ଅର୍ଥ କେଉଁଠୁ ଆସୁଛି ତାହା ଜାଣିଲେ ଓଡ଼ିଶାର ସାଧାରଣ ଜନତା ବେଶ୍ ଉପକୃତ ହେବେ। ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ରାଜ୍ୟରେ ଦାରିଦ୍ର୍ୟ ଦୂର କରିବା ପାଇଁ ଆପଣ କହୁଛନ୍ତି। ତେବେ ତୁମର ସବୁ ଯୋଜନା ଘୋଟାଲାରେ ପରିଣତ ହୋଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ବିଜେପିରେ ଯୋଗ ଦେବାର ସମ୍ଭାବନା ସମ୍ପର୍କରେ ପଚରାୟିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସେ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ବିଜେପି ନେତାଙ୍କୁ ଭେଟିଥିଲି ବୋଲି ବିଜେଡି ଖବର କେଉଁଠୁ ପାଇଲା କେମିତି?


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button