ନୀତି

ଶାକାହାରୀ ଲାଗୁଥିବା ଏହି ସବୁ ଖାଦ୍ୟ ପ୍ରକୃତରେ ଆମିଷ, ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନି ସେବନ

ଶ୍ରାବଣ ମାସରେ ଆମିଷ ଖାଇବା ନିଷେଧ ହୋଇଥାଏ। ଏମିତିରେ ଯଦି ଆପଣ ଏହି ପବିତ୍ର ମାସରେ ଆମିଷ ଖାଦ୍ୟ ଭୋଜନ କରୁନାହାନ୍ତି, ତା’ହେଲେ ଗୋଟିଏ ଥର ଆପଣଙ୍କ ଖାଦ୍ୟ ତାଲିକା ଉପରେ ନଜର ପକାଇ ଦିଅନ୍ତୁ। କାହିଁକି ନା ଆମେ ପ୍ରତ୍ୟହ କିଛି ଖାଦ୍ୟକୁ ଶାକାହାରୀ ଭାବି ଖାଇଥାଉ, କିନ୍ତୁ ସେଗୁଡ଼ିକ ବିଲକୁଲ୍ ଶାକାହାରୀ ନୁହେଁ। ଆସନ୍ତୁ ଜାଣିବା, କ’ଣ ସେ ସବୁ ଖାସ୍ ଖାଦ୍ୟ।

soup soup

ସୁପ୍

ଆମ ସମସ୍ତଙ୍କୁ ସୁପ୍ ପିଇବାକୁ ଭଲ ଲାଗିଥାଏ। କିନ୍ତୁ ଯଦି ଆପଣ ଏହାକୁ ଶାକାହାରୀ ଭାବି ପିଉଥାଆନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। ଅଧିକରୁ ଅଧିକ ରେଷ୍ଟରାଣ୍ଟରେ ଏହାକୁ ବନାଇବା ପାଇଁ ବଟାମାଂସ ବ୍ୟବହାର କରାଯାଏ, ଯାହାକି ମାଛରୁ ବାହାରୁଥିବା ଉତ୍ପାଦରେ ତିଆରି ହୋଇଥାଏ। ତେଣୁ ଯେବେ ଆପଣ ରେଷ୍ଟରାଣ୍ଟରେ ସୁପ୍ ଅର୍ଡର କରିବେ, ନିହାତି ଭାବେ ଥରେ ୱେଟରକୁ ପଚାରି ଦିଅନ୍ତୁ।

oil oil

ତେଲ

ଖାଦ୍ୟ ତିଆରି କରିବା ପାଇଁ ଆପଣ ଯେଉଁ ତେଲ ବ୍ୟବହାର କରୁଛନ୍ତି, ତାହାକୁ ଭଲ ଭାବେ ପରଖି ନିଅନ୍ତୁ। ଯଦି ସେଥିରେ ଓମେଗା ୩ ଫଟି ଏସିଡ୍ ରହିଛି, ତା’ହେଲେ ଆପଣଙ୍କ ତେଲ ଶାକାହାରୀ ନୁହେଁ। କିଛି ତେଲରେ ଭିଟାମିନ୍ ଡି ରହିବା କାରଣରୁ ଏହା ଦାବି ହୁଏ ଯେ ସେଥିରେ ଲୋନୋଲିନ୍ ମିଳିଥାଏ, ଯାହାକି ମେଣ୍ଢା ମାଂସରୁ ତିଆରି ହୋଇଥାଏ।

sugar sugar

ଚିନି

ହ୍ବାଇଟ୍ ସୁଗର ବା ଚିନି ତିଆରି ସମୟରେ ଏହାକୁ ସଫା କରିବା ପାଇଁ ଯେଉଁ ପ୍ରକ୍ରିୟା ଆପଣାଯାଏ, ସେଥିରେ ନାଚୁରାଲ କାର୍ବନର ବ୍ୟବହାର ହୋଇଥାଏ। ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ନାଚୁରାଲ କାର୍ବନ ହାଡ଼ ଗୁଣ୍ଡରୁ ପ୍ରସ୍ତୁତ ହୁଏ, ଯାହାକି ବିଭିନ୍ନ ପ୍ରକାର ପ୍ରାଣୀଙ୍କ ହାଡ଼ରୁ ତିଆରି କରାଯାଏ।

wine wine

ବିୟର ବା ୱାଇନ୍

କେତେଜଣ ଲୋକ ଏହା କହି ବିୟର ବା ୱାଇନ୍ ପିଅନ୍ତି ଯେ ଏହା ଫଳ ରସରୁ ପ୍ରସ୍ତୁତ ହୁଏ। ଏଠାରେ ଆମେ କହିରଖୁଛୁ କି ମଦକୁ ସଫା କରିବା ପାଇଁ ଇଞ୍ଜିନ ଗ୍ୟାସ ବ୍ୟବହାର କରାଯାଏ, ଯାହା ମାଛ ମୂତ୍ରାଶୟରୁ ପ୍ରସ୍ତୁତ ହୋଇଥାଏ।

bread jam

ଜାମ୍

ଅନେକ ପରିବାର ସକାଳ ଜଳଖିଆରେ ବ୍ରେଡ୍ ଏବଂ ଜାମ୍ ଖାଇବାକୁ ପସନ୍ଦ କରିଥାଆନ୍ତି, ଯେଉଁଥିରେ ଜିଲେଟିନ୍ ରହିଥାଏ। ଏହା ପ୍ରାଣୀଠାରୁ ମିଳୁଥିବା ଏକ ପ୍ରଡକ୍ଟ

curd curd

ଦହି

ଯଦି ଆପଣ ବଜାରରୁ ଦହି କିଣୁଛନ୍ତି ତ ଏହାର ପ୍ୟାକେଟ୍ ଉପରୁ ଥରେ ନଜର ବୁଲାଇ ଆଣନ୍ତୁ। ପ୍ୟାକେଟରେ ଲେଖାଯାଇଥିବା ଉପାଦାନ ନିହାତି ପଢ଼ନ୍ତୁ। ଯଦି ସେଥିରେ ଜିଲେଟିନ୍ ଅଛି, ତା’ହେଲେ ଆପଣଙ୍କୁ ଏହି ଦହି କିଣିବାର ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button