ମନୋରଞ୍ଜନ

ଝିଅଙ୍କ ସହ କଥା ହେବା ପାଇଁ ଲାଜ ଲାଗୁଛି କି ? ଯଦି ହଁ, ଏହି କଥା ଉପରେ ରଖନ୍ତୁ ଧ୍ୟାନ, ବଢ଼ିବ ଆତ୍ମବିଶ୍ବାସ

ଅନେକ ପୁରୁଷ ଥାଆନ୍ତି, ଯେଉଁମାନଙ୍କୁ ମହିଳା ବା ଯୁବତୀଙ୍କ ସହ କଥା ହେବା ପାଇଁ ଲାଜ ଲାଗିଥାଏ। ଯଦି ଆପଣଙ୍କ ପାଖରେ ଏଭଳି କିଛି ଗୁଣ ରହିଛି, ତା’ ହେଲେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। କାହିଁକି ନା, କାର୍ଯ୍ୟସ୍ଥଳକୁ ଯେତେବେଳେ ବି ଆପଣ ଯିବେ, ଆପଣଙ୍କ ସାମ୍ନା ନିଶ୍ଚିତ ଭାବେ କେହି ନା କେହି ମହିଳା ବା ଯୁବତୀଙ୍କ ସହିତ ହେବ। ଆଉ ଯଦି ଆପଣ ମହିଳାଙ୍କ ସହ କଥା ହେବା ବେଳେ ଦ୍ବିଧାବୋଧ କରିବେ, ତେବେ ଏଠାରେ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇଯିବ।

confidence confidence

ତେଣୁ ଦ୍ବିଧାବୋଧ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁ ମହିଳାଙ୍କ ସହ କଥା ହେବାକୁ ଯାଉଥିବେ, ତାଙ୍କ ଆଖି ସହିତ ଆଖି ମିଳାଇ କଥା ହୁଅନ୍ତୁ। ଏହିଭଳି କଥା ହେବା ଦ୍ବାରା ଆପଣ ନିଜ କଥାକୁ ଫୋକସ୍ କରିପାରିବେ ଏବଂ ଭିତରର ଆତ୍ମବିଶ୍ବାସ ବି ବଢ଼ିଯିବ। ତା’ହେଲେ ଚାଲନ୍ତୁ ଜାଣିବା କ’ଣ କଲେ ଫେରିଆସିବ ଆପଣଙ୍କ ଆତ୍ମବିଶ୍ବାସ।

girl boy

-କୌଣସି ଯୁବତୀଙ୍କୁ ଦେଖା କରିବା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ ହୋଇ ଯାଆନ୍ତୁ। ମିଶିବାର କାରଣ ଯାହା ବି ହେଉ, ସେ ଡେଟିଂ ହେଉ ଅବା ମିଟିଂ, ସାଧାରଣତଃ ଯୁବତୀମାନଙ୍କୁ ଭଲ ଭାବେ ପ୍ରସ୍ତୁତ ହୋଇ ଆସିଥିବା ପୁଅ ହିଁ ପସନ୍ଦ ଆସିଥାଆନ୍ତି। ଏହା କରିବା ଦ୍ବାରା ଆପଣଙ୍କର ଅଧା ପ୍ରଭାବ ତ କହିବା ଆଗକୁ ପଡ଼ିଯିବ। ଦେଖିବେ, ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ଯୁବତୀ ଜଣକ ନିଜ ଆଡ଼ୁ କଥା ହେବା ଆରମ୍ଭ କରିଦେବେ।

boy boy

-ଯେତେବେଳେ ବି କୌଣସି ଯୁବତୀଙ୍କୁ ଦେଖା କରିବେ, ତା‘ହେଲେ ମୁହଁରେ ନିଶ୍ଚିତ ଭାବେ ହସ ବଜାୟ ରଖନ୍ତୁ। କିନ୍ତୁ କେବେ ବି ଅଧିକ ହସନ୍ତୁ ନାହିଁ। କାହିଁକି ନା ଅଧିକ ହସିବାରେ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇପାରେ। ସେଥିପାଇଁ ଧ୍ୟାନ ରଖନ୍ତୁ ଯେ ନା ଅଧିକ ହସନ୍ତୁ ନା ଅଧିକ ଗମ୍ଭୀର ରହିବାକୁ ଚେଷ୍ଟା କରନ୍ତୁ।

boy gift

– ଯଦି ଆପଣଙ୍କୁ ବନ୍ଧୁତା କରିବାକୁ ଇଚ୍ଛା ହେଉଛି, ତା’ ହେଲେ ପ୍ରଥମ ଥର ଯୁବତୀଙ୍କ ସହ ମିଶିଲେ, କିଛି ଉପହାର ବା ସରପ୍ରାଇଜ୍ ନିଶ୍ଚିତ ଭାବେ ଦିଅନ୍ତୁ। କାହିଁକି ନା ଝିଅମାନଙ୍କୁ ସରପ୍ରାଇଜ୍ ବହୁତ ପସନ୍ଦ ଆସିଥାଏ।

-ଏହି କଥାକୁ ଧ୍ୟାନ ରଖନ୍ତୁ ଯେ ଉପହାର ବା ସରପ୍ରାଇଜ୍ କେବେ ବି ମହଙ୍ଗା ହେବା ଉଚିତ ନୁହେଁ। ସେହିଭଳି ତାଙ୍କୁ ଖରାପ ଲାଗିଲା ଭଳି କିଛି ଦିଅନ୍ତୁ ନାହିଁ। ଗୋଟିଏ ଥର ଝିଅମାନଙ୍କ ସହ କଥା ହେବା ଆରମ୍ଭ କରିଦେବା ପରେ ଆପଣଙ୍କ ଭିତରେ ଦ୍ବିଧାବୋଧ କମ୍ ହେଉଥିବାର ନଜର ଆସିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button