ଦେଶ ବିଦେଶ

ହାଇଦ୍ରାବାଦରେ ଇସ୍ରାଏଲ ବିରୋଧୀ ପ୍ରଦର୍ଶନ, ଇସ୍ରାଏଲ ଓ ଆମେରିକା ପତାକା ଉପରେ ଚାଲିଲେ – Utkal Mail


ନୂଆଦିଲ୍ଲୀ: ହାମାସର ଭୟଙ୍କର ରକେଟ୍ ଆକ୍ରମଣ ପରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ମଧ୍ୟ ହାମାସକୁ ନିପାତ କରିବା ପାଇଁ ଗାଜା ଉପରେ ବୋମା ମାଡ଼ କରୁଛି ଏବଂ ଏବେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହି ଘଟଣାକୁ ନେଇ ଭାରତରେ ଭାରତରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି ଇସ୍ରାଏଲକୁ ସମର୍ଥନ କରୁଛନ୍ତି ତ ଆଉ କିଏ ପାଲେଷ୍ଟାଇନ ପ୍ରତି ସହାନୁଭୂତି ପ୍ରକାଶ କରୁଛନ୍ତି । ଇତିମଧ୍ୟରେ ଭାରତରେ ମଧ୍ୟ ଇସ୍ରାଏଲ ବିରୋଧରେ ସ୍ୱର ଉଠିଛି। ହାଇଦ୍ରାବାଦରେ ଇସ୍ରାଏଲ ବିରୋଧରେ ଏବଂ ପାଲେଷ୍ଟାଇନ ସମର୍ଥନରେ ପ୍ରଦର୍ଶନ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ହାଇଦ୍ରାବାଦର ସଇଦାବାଦ ଅଞ୍ଚଳରେ ମୁସଲମାନ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାଲେଷ୍ଟାଇନ ସହ ସମର୍ଥନ ଜଣାଇବା ପାଇଁ ମୁସଲମାନ ମହିଳାମାନେ ଦରଗା ପଡ଼ିଆରେ ଏକାଠି ହୋଇଥିଲେ। ଏହି ସମୟରେ ପ୍ରବେଶ ପଥରେ ମାଟିରେ ଇସ୍ରାଏଲ ଓ ଆମେରିକାର ଜାତୀୟ ପତାକା ଦେଖିବାକୁ ମିଳିଥିଲା, ଯେଉଁଥିରେ ଏହି ମହିଳାମାନେ ଚାଲୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କୌଣସି ଦେଶର ପକାତା ଉପରେ ଚାଲି ବିରୋଧ ପ୍ରଦର୍ଶନକୁ ସୋସିଆଲ ମିଡିଆରେ ଅନେକ ୟୁଜର ନାପସନ୍ଦ କରିଛନ୍ତି । ଅନେକ ୟୁଜର ଏହାକୁ ବିରୋଧ ମଧ୍ୟ କରିଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button