Vastu tips : ରୋଷେଇ ଘରେ ଏହାକୁ ରହନ୍ତୁ ନାହିଁ, ନଚେତ ଦରିଦ୍ରତା ପିଛା ଛାଡିବ ନାହିଁ
1- ଘରର ଦକ୍ଷିଣ ପୂର୍ବ ଦିଗ ଘରେ ରୋଷେଇ ଘର କରିବ ଏପାଇଁ ସବୁଠାରୁ ବେଷ୍ଟ ସ୍ଥାନ ହୋଇଥାଏ । କାରଣ ଏହି ଦିଗର ସ୍ଵାମୀ ଅଗ୍ନୀ ଦେବତା ଅଟନ୍ତି । ଯଦି ଏହି ସ୍ଥାନରେ ରୋଷେଇ ଘର କରିବା ସମ୍ଭବ ହେଉନଥାଏ । ତେବେ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ରୋଷେଇ ଘର କରିପାରିବେ । 2- ରୋଷେଇ କରୁଥିବା ଗ୍ଯାସକୁ ରୋଷେଇ ଘରର ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ।
3- ପାଣି ଟ୍ୟାପକୁ ଉତ୍ତର ପୂର୍ବ ଦିଗରେ ଗ୍ଯାସ ଠାରୁ ଦୂର କରି ରଖନ୍ତୁ । କାରଣ ନିଆଁ ଓ ପାଣି ବିପରୀତ ତତ୍ଵ ଅଟନ୍ତି । 4- ରୋଷେଇ ଘରେ ଫ୍ରିଜ ରଖୁଥିଲେ । ତେବେ ଫ୍ରିଜକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ହେଲେ ଉତ୍ତର ପୂର୍ବ ଦିଗରେ ଫ୍ରିଜକୁ ରଖନ୍ତୁ ନାହିଁ । 5- ରୋଷେଇ ଘରେ ଗୋଟେ ଝରକା ବାୟୁ ଚଳାଚଳ ପାଇଁ ନିହାତି ରହିବା ଉଚିତ । ଏହାକୁ କିଚେନର ପୂର୍ବ ଦିଗରେ ରଖନ୍ତୁ ।
6- ଦକ୍ଷିଣ କି ପଶ୍ଚିମ ଦିଗରେ ବାସନ କୁସନ ଓ ରୋଷେଇ ପ୍ରସ୍ତୁତି ପାଇଁ ସମସ୍ତ ସରଞ୍ଜାମ ରଖିପାରିବେ। 7- ଭାଙ୍ଗିଯାଇଥିବା ବାସନକୁସନ, ଭାଙ୍ଗିଯାଇଥିବା କବାଟ ଆଦିରୁ ରୋଷେଇ ଘରେ ବାସ୍ତୁ ସମସ୍ଯା ଉତ୍ପନ କରିଥାଏ । ଯାହା ରୋଷେଇ ଘରୁ ବାହାରି ସମସ୍ତ ଘର ଉପରେ କୁ-ପ୍ରଭାବ ପକାଇଥାଏ । ତେଣୁ ଘର ହେଉ ଅବା ରୋଷେଇ ଘରେ କୌଣସି ପ୍ରକାର ଭାଙ୍ଗିରୁଜି ଯାଇଥିବା ଜିନିଷକୁ ରଖନ୍ତୁ ନାହିଁ । ଯଦି ଏପରି ଜିନିଷ ଘରେ ରହିଥାଏ । ତେବେ ତୁରନ୍ତ ତାହାକୁ ଘରୁ ବାହାର କରି ଦିଅନ୍ତୁ ।
ତେବେ ରୋଷେଇ ଘର କରିବା ସମୟରେ ଏହିସବୁ ବାସ୍ତୁ ଜ୍ଞାନକୁ ଆଧାର କରି ରୋଷେଇ ଘର ପ୍ରସ୍ତୁତ କରନ୍ତୁ । ଯାହା ଦ୍ଵାରା ପରିବାରରେ ସୁଖ, ଶାନ୍ତିର ବାତାବରଣ ବଜାୟ ରହିବା ସହ ଘରର ବିକାଶ ହୋଇଥାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।