ସ୍ୱାସ୍ଥ୍ୟ

ଏମିତି ଚିହ୍ନନ୍ତୁ ମିଶ୍ରିତ ଘିଅ ଏବଂ ବଞ୍ଚନ୍ତୁ ଏହି ସବୁ ବଡ ରୋଗରୁ – ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଆଜିକାଲି ସବୁ ଖାଦ୍ୟରେ ବିଭିନ୍ନ ପ୍ରକାର ଖରାପ ଜିନିଷ ମିଶାଇ ତିଆରି କରାଯାଉଛି । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ଜିନିଷରେ କିଛି ଅଲଗା ଜିନିଷ ମିଶିବାର ଡର ଆମ ମନରେ ଥାଏ । ଏହା ଏହିଭଳି ଭାବରେ ହେଉଛି ଯେ ଆପଣ ବି ଜାଣି ପାରିବେ ନାହିଁ କେଉଁ ଜିନିଷରେ କଣ ମିଶିଛି ଏବଂ ଏହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ ।

ଆଜି ଆମେ ଘିଅ ବିଷୟରେ ସେହିଭଳି କିଛି ତଥ୍ୟ ଆପଣଙ୍କୁ ଦେବୁ । ଘିଅରେ ଦିନକୁ ଦିନ ନୂଆ ଜିନିଷ ନୂଆ ନୂଆ ଢଙ୍ଗରେ ମିଶାଯାଉଛି । କେବେ କେବେ ହାଡର ଗୁଣ୍ଡ, ପଶୁ ମାନଙ୍କର ଚର୍ବି ଏବଂ ପାମ ତେଲ ସହିତ ଖରାପ କେମିକଲ୍ସ ମିଶାଇ ନକଲି ଘିଅ ତିଆରି କରୁଛନ୍ତି । ତେବେ ଏହା ଜରୁରୀ ଅଟେ କି ଆମେ ଏହି ମିଶ୍ରିତ ଘିଅ ଠାରୁ ନିଜକୁ କିପରି ବଞ୍ଚାଇବା ଏବଂ କେମିତି ନକଲି ଓ ଅସଲି ଘିଅ ଚିହ୍ନି ପାରିବେ? ଏହିଭଳି କିଛି ପ୍ରଶ୍ନର ଉତ୍ତର ଆଜି ଆମ ଆପଣଙ୍କ ପାଇଁ ଆଣିଛୁ ।

୧. ଘିଅକୁ ଚିହ୍ନିବା ପାଇଁ କିଛି ଉପାୟ ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି । ସେଥିପାଇଁ ଘିଅ କିଣିବା ପୂର୍ବରୁ ଗୋଟିଏ ଚାମଚ ଘିଅରେ ୫ ଏମେଳ ହାଇଡ୍ରୋକ୍ଲୋରିକ ଏସିଡ ପକାନ୍ତୁ । ଯଦି ଘିଅ ଲାଲ ହୋଇଯାଏ ତେବ ଘିଅରେ କୋଲତାର ଡାଇ ମିଶା ଯାଇଛି ତେବେ ତାହା ସ୍ଵାସ୍ଥ ପାଇଁ ଭଲ ନୁହେଁ ।

୨. ଘରେ ଘିଅକୁ ଚିହ୍ନିବା ପାଇଁ ଗୋଟିଏ ଚାମଚ ଘିଅରେ ଚାରି ପାଞ୍ଚ ବୁନ୍ଦା ଆୟୋଡିନ ମିଶାଇ ଦିଅନ୍ତୁ ଯଦି ତାହାର ରଙ୍ଗ ବ୍ଲୂ  ହୋଇଯାଏ, ତେବ ଜାଣି ନିଅନ୍ତୁ ଏଥିରେ ସିଝା ଆଳୁ ମିଶା ଯାଇଛି ।

୩. ଯଦି ଆପଣଙ୍କୁ ଆଶଙ୍କା ଅଛି କି ଘିଅରେ ଡାଲଡା ମିଶାଯାଇଛି ତେବେ ଆପଣ ଏକ ଗିନାରେ ଗୋଟିଏ ଚାମଚ ଘିଅ, ଗୋଟିଏ ଚାମଚ ହାଇଡ୍ରୋକ୍ଲୋରିକ ଏସିଡ ଏବଂ ଅଳ୍ପ ଚିନୀ ମିଶାନ୍ତୁ । ଯଦି ଘିଅର ରଙ୍ଗ ହଳଦିଆରୁ ବଦଳି ଲାଲ ଦେଖାଯିବ ତେବେ ଭାବିନିଅନ୍ତୁ ସେଥିରେ ଡାଲଡା ମିଶିଛି ।

୪. ଯଦି ଦୋକାନର ଘିଅକୁ ଚିହ୍ନିବାର ଅଛି ତେବେ ଘିଅକୁ ଅଳ୍ପ ଟିକେ ହାତରେ ନେଇ ରଗଡନ୍ତୁ, ପୁଣି ଏହାକୁ ଶୁଙ୍ଘିକରି ଦେଖନ୍ତୁ । କିଛି ସମୟ ପରେ ହାତରେ ଧୂପ ରଖିଥିବା ଭଳି ବାସ୍ନା ହେବ ଏବଂ ଘିଅ ଯଦି ନକଲି ଥିବ ତେବେ ତାହର ବାସ୍ନା ଆସିବା ବନ୍ଦ ହୋଇଯିବ । ତାହା ଖାଇବା ଯୋଗ୍ୟ ନୁହେଁ ।

ଏହା ଖାଇଲେ ଆମ ଶରୀରରେ କଣ ପ୍ରଭାବ ପଡେ

ମିଶ୍ରିତ ଘିଅ ଖାଇବା ଶରୀର ପାଇଁ କ୍ଷତିକରାକ ଅଟେ। ଏହି ଘିଅ ଖାଇବା ଦ୍ଵାରା ହୃଦ ରୋଗର ଆଶଙ୍କା ବଢିଥାଏ। ଏହା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

ଏହି ନକଲି ଘିଅ ଯଦି ଆପଣ ବହୁତ ଦିନ ପର୍ଯ୍ୟନ୍ତ ସେବନ କରନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ଥାଏ। ଏହା ବ୍ୟତୀତ କିଡନୀ ପାଇଁ ମଧ୍ୟ ଏହା ଖତରନାକ ହୋଇଥାଏ।

ମିଶ୍ରିତ ଘିଅ ପ୍ରେଗନେଟ ମହିଳା ମାନଙ୍କ ପାଇଁ ବହୁତ ଘାତକ ହୋଇଥାଏ। ଏହା ଖାଇବା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ବଢିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button