ଜୀବନଶୈଳୀ

ଆପଣ ପୂର୍ବ ଜନ୍ମରେ କଣ ଥିଲେ ଜାଣିବାକୁ ଚାହୁଁଛନ୍ତି କି? ତେବେ ପଢ଼ନ୍ତୁ ଏହାକୁ

ପ୍ରାୟ ଲୋକଙ୍କୁ ଏହା ଜାଣିବାକୁ ବହୁତ ଉତ୍ସୁକତା ରହିଥାଏ ଯେ ସେମାନେ ପୂର୍ବଜନ୍ମରେ କଣ ଥିଲେ। ଆମେ ସମସ୍ତେ ଏହା ଜାଣିବାକୁ ବହୁତ ଚେଷ୍ଟା କରିଥାନ୍ତି କିନ୍ତୁ ପୂର୍ବ ଜନ୍ମର ରହସ୍ୟ ଜାଣିପାରିନଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ନେଇ ବହୁତ କଥା ଉଲ୍ଲେଖ ରହିଛି ଯେଉଁଥିରୁ ଆମେ ଜାଣିପାରିବା ଯେ ଆମେ ପୂର୍ବଜନ୍ମରେ କଣ ଥିଲେ?

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଯଦି ଆପଣଙ୍କ ଜାତକରେ ପ୍ରଥମ ସ୍ଥାନରେ ଥାଏ ତେବେ ଆପଣ ଜାଣିନିଅନ୍ତୁ ଯେ ଆପଣ ପୂର୍ବ ଜନ୍ମରେ କୌଣସି ବିଦ୍ୱାନ ପରିବାରରେ ଜନ୍ମ ନେଇଥିଲେ।

-ଯଦି ଜାତକରେ ଗୁରୁ ପଞ୍ଚମ, ସପ୍ତମ ଏବଂ ନବମ ସ୍ଥାନରେ ରହିଥିବେ ତେବେ ଆପଣ ଧର୍ମାତ୍ମା ଏବଂ ବିବେକଶୀଳ ରହିଥିବେ। ଏହାସହିତ ପାଠପଢ଼ାରେ ମଧ୍ୟ ହୁସିୟାର ରହିଥିବେ।

-ଯଦି ରାହୁ ପ୍ରଥମ କିମ୍ବା ସପ୍ତମ ସ୍ଥାନରେ ରହିଥିବେ ତେବେ ଏପରି ବ୍ୟକ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇପାରେ। ମନ ବି ଭଲ ଲାଗିନଥାଏ ଏବଂ ବୈବାହିକ ଜୀବନରେ ମଧ୍ୟ ଅସ୍ଥିରତା ଥାଏ।

-ଯେଉଁମାନଙ୍କ ଜନ୍ମ କକର୍ଟ ଲଗ୍ନରେ ହୋଇଥିବ ଏବଂ ଚନ୍ଦ୍ରମା ରାଶିରେ ରହିଥିବେ ତେବେ ସେହି ବ୍ୟକ୍ତି ପୂର୍ବ ଜନ୍ମରେ ବ୍ୟବସାୟୀ ଥିଲେ।

-ଯେଉଁ ଲୋକଙ୍କ ଜୀବନରେ ଅଳ୍ପ ବହୁତ ଭଲ ଖରାପ ରହିଥାଏ ଏବଂ ମଙ୍ଗଳ ଷଷ୍ଠ, ସପ୍ତମ ଓ ଦଶମ ସ୍ଥାନରେ ରହିଥିବ ତେବେ ଏମିତି ବ୍ୟକ୍ତି କ୍ରାଧୀ ସ୍ୱଭାବର ହୋଇଥିବେ ଏବଂ ସେ ବହୁତ ଲୋକଙ୍କୁ କଷ୍ଟ ଦେଇଥିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button