ମନୋରଞ୍ଜନ

ପିନ୍ଧିଥିବା ପୋଷାକ ପାଇଁ ବିବାଦରେ ପ୍ରିୟଙ୍କାଙ୍କ ମା’, ଅଶ୍ଳୀଳତାର ସୀମା ପାର୍ ବୋଲି କହିଲେ ଲୋକେ – Utkal Mail


ମୁମ୍ବାଇ: ପୋଷାକ ପାଇଁ ବିବାଦରେ ପ୍ରିୟଙ୍କାଙ୍କ ମା’। ନିଜ ପୋଷାକ ପାଇଁ ଟ୍ରୋଲ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା। ଅନେକ ସମୟରେ ନିଜ ଝିଅ ପାଇଁ ଚର୍ଚ୍ଚାରେ ରହୁଥିବା ମଧୁ ଚୋପ୍ରା ଏବେ ନିଜର ଅତି ପତଳା ପୋଷାକକୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ କଳା ରଙ୍ଗର ଟପ୍ସ ଓ ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ହେଲେ ଟପ୍ସଟି ଅତି ପତଳା ଥିବାରୁ ସେ ପିନ୍ଧିଥିବା ଅନ୍ତଃବସ୍ତ୍ର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏ ବୟସରେ ଏଭଳି ପୋଷାକ ପିନ୍ଧିବାରୁ ତାଙ୍କୁ ‌ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଭିଡିଓରେ ଦେଖାଯାଇଛି ଯେ, ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଜଣେ ମହିଳାଙ୍କ ସହ କଥା ହେଉଛନ୍ତି। ଏହା ପରେ ‌ସେ ସାମ୍ନାରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ପାଇଁ ପୋଜ୍ ଦେବା ସହ କାରରେ ବସି ଚାଲିଯାଉଛନ୍ତି। ତେବେ ସେ ପିନ୍ଧିଥିବା ପୋଷାକ ଏବେ ଲୋକଙ୍କୁ ପସନ୍ଦ ଆସୁନଥିବା ସହ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ଭାବୁଥିଲି ଯେ ବୟସ ବଢ଼ିବା ସହିତ ସେ ଭଲ ପୋଷାକ ବାଛିବା ଆରମ୍ଭ କରିଛନ୍ତି। କିନ୍ତୁ ସେ ମୋତେ ଭୁଲ ପ୍ରମାଣିତ କରିଛନ୍ତି।’  ଅନ୍ୟ ଜଣେ ବ୍ୟବହାରକାରୀ ଏହାକୁ ‘ଅଶ୍ଳୀଳତାର ସୀମା ପାର୍’ ବୋଲି କହି ଟ୍ରୋଲ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button