ନୂଆବର୍ଷ ଆରମ୍ଭର ପ୍ରଥମ ଦିନ ଯଦି ଏହି ଗୋଟିଏ ଜିନିଷ ଖାଇନିଅନ୍ତି ! ତେବେ ବର୍ଷ ସାରା ପୁରା ଆନନ୍ଦରେ କଟିବ
ବନ୍ଧୁଗଣ ପୁରୁଣା ବର୍ଷ ସରି ନୂଆବର୍ଷ 2024 ର ଆରମ୍ଭ ହେବାକୁ ଯାଉଛି । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ଅଜସ୍ର ଖୁସି ନେଇ କରି ଆସୁ ବୋଲି ଆମେ ମାନେ କାମନା କରିବୁ । ପୁରୁଣା ବର୍ଷକୁ ଭୁଲି ନୂଆ ନୂଆ ଆଶା ନେଇ ଏହି ନୂଆ ବର୍ଷକୁ ସମସ୍ତେ ଆରମ୍ଭ କରନ୍ତୁ । ତେବେ ବନ୍ଧୁଗଣ ନୂଆବର୍ଷ ଆରମ୍ଭ ଦିନଟିରେ କେଉଁ ଜିନିଷ ଖାଇବା ଦ୍ଵାରା ପୁରା ବର୍ଷଟି ଆପଣଙ୍କ ଭଲରେ ଯାଇଥାଏ, ସେହି ବିଷୟରେ ଏଠାରେ ଆଲୋଚନା କରିବା ।

ତେବେ ନୂଆ ବର୍ଷର ଆରମ୍ଭ ଦିନଟି ଆପଣ କିଭଳି ଭାବରେ ଭଲରେ ବିତାଇବେ, ଯାହା ଦ୍ଵାରା ଆପଣଙ୍କ ପୁରା ବର୍ଷଟି ଭଲରେ କଟିବ ତାହା ମଧ୍ୟ ଆପଣଙ୍କୁ କହିବୁ । ବନ୍ଧୁଗଣ ଆପଣ ନୂଆ ବର୍ଷ ଆରମ୍ଭ ଦିନଟିରେ ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ଭୋରରୁ ଉଠିଜାଆନ୍ତୁ । ତାପରେ ଆପଣ ନିଜର ନିତ୍ୟକର୍ମ ସାରି ସ୍ନାନ କରି ଦିଅନ୍ତୁ । ଆପଣ ଭଗବାନ ସୂର୍ଯ୍ୟଙ୍କୁ ନିଷ୍ଠାର ସହ ଜଳ ସମର୍ପଣ କରି ନିଜର ଦିନର ଆରମ୍ଭ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ସେହି ଦିନଟି ଭଲରେ ଯାଇଥାଏ ।
ଏଥିସହ ନୂଆ ବର୍ଷ ସାରା ଆପଣ ଜେଭଳି ଭଲରେ ନିଜର ସବୁ କାର୍ଯ୍ୟ କରିପାରିବେ ସେଥିପାଇଁ ମଧ୍ୟ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ଠାରୁ ଆଶ୍ରୀବାଦ ମିଳିଥାଏ । ଏଥିସହ 27 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଲକାରୀ ଅଟେ । ତେବେ ବନ୍ଧୁଗଣ ନୂଆବର୍ଷ ଆରମ୍ଭରେ କେଉଁ ଜିନିଷ ଖାଇବା ଅତ୍ୟନ୍ତ ଭଲ ହୋଇଥାଏ ଚାଲନ୍ତୁ ଜାଣିବା ।
ହଁ ବନ୍ଧୁଗଣ ନୂଆବର୍ଷର ପ୍ରଥମ ଦିନ ଆପଣ ଘରକୁ କଳା ଅଙ୍ଗୁର କିଣି ଆଣି ନିଜେ ଖାଇବା ସହ ସଂପୂର୍ଣ୍ଣ ପରିବାରକୁ ମଧ୍ୟ ନିଶ୍ଚୟ ଖୁଆନ୍ତୁ । ଯଦି ଆପଣଙ୍କୁ କଳା ଅଙ୍ଗୁର ନମିଳେ । ତେବେ ଆପଣ ସବୁଜ ରଙ୍ଗର ଅଙ୍ଗୁର ସେବନ କରିପାରିବେ । ହେଲେ ଆପଣ କଳା ଅଙ୍ଗୁର ଆଣିବାକୁ ଚେଷ୍ଟା କରିବେ । କାରଣ ବର୍ଷ ଆରମ୍ଭର ପ୍ରଥମ ଦିନ ଯଦି କଳା ଅଙ୍ଗୁର ଖାଇ ଆରମ୍ଭ କରାଯାଇଥାଏ, ତେବେ ବର୍ଷଟି ସେହି ବ୍ୟକ୍ତି ତଥା ପରିବାରର ଆନନ୍ଦମୟ ହୋଇଥାଏ ।
ବର୍ଷ ସାରା ଧନ, ସୁଖ ଓ ସମୃଦ୍ଧି ତଥା ଶାନ୍ତି ସବୁ କିଛି ବ୍ୟକ୍ତିକୁ ମିଳିଥାଏ । ତେଣୁ ଜାନୁଆରୀ 1 ତାରିଖ ଦିନ ନିହାତି ଭାବେ କଳା ଅଙ୍ଗୁର ନିଜେ ଖାଇବା ସହ ନିଜ ପରିବାରକୁ ମଧ୍ୟ ଖୁଆନ୍ତୁ । ଏଥିସହ ଘରର କ୍ଯାଲେଣ୍ଡରକୁ ଦକ୍ଷିଣ ଦିଗରେ ନଟାଙ୍ଗି ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଦିଗରେ ଟାଙ୍ଗିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ ।କ୍ଯାଲେଣ୍ଡରରେ କୌଣସି ହିଂସ୍ର ପଶୁ, ଦୁଃଖୀ ଚେହେରାର ଫୋଟ ନଥାଇ ଫୁଲ, ଫଳ, ନଦୀ ଆଦି ଦୃଶ୍ୟ ଥିବା କ୍ଯାଲେଣ୍ଡର ଘରେ ଟାଙ୍ଗନ୍ତୁ ।




