ନୀତି

ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ଚାହୁଛନ୍ତି, କରନ୍ତୁ ଏହି କାମ

ଆପଣଙ୍କ ଚାରିପାଖରେ ସକାରାତ୍ମକ କିମ୍ବା ନକାରାତ୍ମକ ଶକ୍ତି ରହିଛି, ତାହା ଆପଣ ହୁଏତ କିଏ କିଏ ଅନୁଭବ କରିଥିବେ। କିନ୍ତୁ ସକାରାତ୍ମକ ଶକ୍ତି ଆପଣଙ୍କ ପାଇଁ ଭଲ ହୋଇଥିବା ବେଳେ ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ କିମ୍ବା ଘର ଉପରେ ଖରାପ ପ୍ରଭାବ ପକାଇଥାଏ। ନକାରାତ୍ମକ ଶକ୍ତି ଆପଣଙ୍କ ହେଉଥିବା କାମକୁ ବିଗାଡିଦିଏ। ଆପଣଙ୍କ ପରିବାର ସଦସ୍ୟ କିମ୍ବା ଆପଣଙ୍କୁ ହାନି ପହଞ୍ଚାଇଥାଏ।  ଯଦି ଆପଣ ଘରୁ ଏପରି ନକାରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଚନ୍ତି କି ?

smoke

ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବାକୁ ଚାହୁଁଥିଲେ ପ୍ରତିଦିନ ଘରେ ୫ଟି ପବିତ୍ର ସାମଗ୍ରୀର ଧୂଆଁ ଖେଳାଇ ଦିଅନ୍ତୁ। ଏହି ୫ଟି ସାମଗ୍ରୀ ହେଲା କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳ । ପ୍ରଥମେ ଘରେ ଗାଈର ଗୋବରରେ ପ୍ରସ୍ତୁତ ଏକ ଜାଳେଣୀ ଜଳାନ୍ତୁ। ତାହା ଜଳିଯିବା ପରେ ସେଥିରେ ଉପରୋକ୍ତ ୫ଟି ସାମଗ୍ରୀ ପକାଇଦିଅନ୍ତୁ। ଏହା ପରେ ଯେଉଁ ଧୂଆଁ ବାହାରିବ ସେହି ଧୂଆଁକୁ ଘରର ଚାରିଆଡେ ଖେଳାଇ ଦିଅନ୍ତୁ।

ଏହି ୫ଟି ସାମଗ୍ରୀକୁ ପବିତ୍ର ଭାବେ ଗ୍ରହଣ କରାଯାଇଛି। ଏଥିରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଧୂଆଁ ପ୍ରଭାବରେ ଘରେ ଥିବା ସୂକ୍ଷ୍ମ କୀଟାଣୁ ନଷ୍ଟ ହୋଇଯାଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ମଧ୍ୟ ଶେଷ ହୋଇଯାଏ। ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହାଛଡା ଏହି ୫ଟି ସାମଗ୍ରୀ ମଧ୍ୟ ବଜାରରେ ଖୁବ୍‌ ସହଜରେ ମିଳିଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button