ମନୋରଞ୍ଜନ

ଚା’ ସହ ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଚିଜ୍‌ ବିସ୍କୁଟ୍‌

ଅଧିକାଂଶ ଲୋକମାନେ ଚା ପିଇବା ସମୟ ବିସ୍କୁଟ ଖାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଲୋକମାନେ ବଜାରରେ ମିଳୁଥିବା ବିସ୍କୁଟ ହିଁ ଖାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ଟେଷ୍ଟି ଏବଂ ଚିଜ୍‌ ବିସ୍କୁଟ ତିଆରି କରିପାରିବେ। ତେବେ ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଜ୍‌ ବିସ୍କୁଟ୍‌।

biscutsଆବଶ୍ୟକୀୟ ସାମଗ୍ରୀ:

ମଇଦା- ୧କପ

ବେକିଂ ପାଉଡର- ୧ଟିସ୍ପୁନ୍‌

ଲୁଣ- ୧ଟିସ୍ପୁନ୍‌

ଲହୁଣି- ୧ କପ୍‌

ଚୀଜ୍‌- ୧ କପ୍‌

କ୍ଷୀର-୨/୩ କପ୍‌

biscuits-ପ୍ରସ୍ତୁତି ପ୍ରଣାଳୀ:

ଏକ ପାତ୍ରରେ ମଇଦା, ଲୁଣ ଏବଂ ବେକିଂ ପାଉଡର ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏକ ବାଉଲରେ ଲହୁଣି ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଲହୁଣିରେ ଚିଜ୍‌ ଏବଂ କ୍ଷୀର ମିକ୍ସ କରନ୍ତୁ। ଏହି ସମସ୍ତ ଜିନିଷକୁ ଭଲଭାବେ ମିଶ୍ରଣ କରିବା ପରେ ଏକ ଏକ ଇଞ୍ଚର ପତଳା ଏବଂ ୪ ରୁ ୫ ଇଞ୍ଚ ଚଉଡାର ବିସ୍କୁଟ ଆକାରର ଲାଇନ୍‌ କରନ୍ତୁ। ଲାଇନ୍‌ କରିବା ପରେ ଏହାକୁ ୪୫୦ ଡିଗ୍ରୀ ପ୍ରୀହିଟ୍‌ ଓଭାନରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇସାରିଛି ଆପଣଙ୍କ ଚିଜ୍‌ ବିସ୍କୁଟ୍‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button