ମନୋରଞ୍ଜନ

ଆଜି ହିଁ ଘରେ ବନାନ୍ତୁ ଟମାଟୋ ବିରିୟାନୀ, ସ୍ୱାଦ ଏମିତି ଯେ ପାଟିରୁ ଗଡ଼ିବ ଲାଳ

ସାଧାରଣତଃ ଆପଣ ଅନେକ ପ୍ରକାରର ବିରିୟାନୀ ଖାଇଥିବେ ସେ ପୁଣି ବାହାରୁ କିନ୍ତୁ କେବେ ଘରେ ଏକ ୟୁନିକ ସ୍ଵାଦରେ ବିରିୟାନୀ ବନାଇବା ପାଇଁ ଚେଷ୍ଟା କରିଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସ୍ଵାଦରେ ଭରପୁର ଟମାଟୋ ବିରିୟାନୀ ଯାହାକୁ ଆପଣ ଘରେ ଅତି ସହଜରେ ବନାଇ ଏହାର ମଜା ନେଇପାରିବେ।

ଆବଶ୍ୟକ ସାମଗ୍ରୀ

ବସୁମତୀ ଚାଉଳ- ୨ କପ, ଡାଲଚିନି ଓ ଅଳେଇଚ ଅଳ୍ପ, ଧନିଆ ୨ ଚାମଚ,ପିଆଜ ୨ଟି, କଞ୍ଚାଲଙ୍କା ପେଷ୍ଟ ୨ ଚାମଚ, ଅଦା ରସୁଣ ପେଷ୍ଟ ୨ ଚାମଚ, ଟମାଟୋ ୪ଟି, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗରମ ମସଲା ଗୁଣ୍ଡ, ଧନିଆପତ୍ର, ପୋଦିନାପତ୍ର, ନଡ଼ିଆ କ୍ଷୀର ୧ କପ, ତେଲ, ଚିନି ଅଳ୍ପ ଓ ସ୍ୱାଦ ଅନୁସାରେ ଲୁଣ।

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବସୁମତୀ ଚାଉଳକୁ ଧୋଇ ପାଣିରେ ୩୦ ମିନିଟ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ ତାପରେ ତାକୁ ଛାଣି ରଖିଦିଅନ୍ତୁ । ଏବେ କଡେଇରେ ତେଲ ଗରମ କରି ସେଥିରେ ଡାଲଚିନି, ଅଳେଇଚ ଓ ମଧୁରୀ ପକାଇ ଦିଅନ୍ତୁ ତାପରେ ସେଥିରେ କଟା ପିଆଜ ଓ କଞ୍ଚାଲଙ୍କା ପକାଇ ଟିକିଏ ଭାଜନ୍ତୁ । ଭାଜି ହୋଇଯିବା ପରେ ସେଥିରେ ଅଦାରସୁଣ ପେଷ୍ଟ ଓ ସମସ୍ତ ମସଲା ପକାଇ ଦିଅନ୍ତୁ । ତାପରେ ସେଥିରେ ଲୁଣ ଓ ଅଳ୍ପ ଚିନି ପକାଇ ଘୋଡାଇ ଦିଅନ୍ତୁ । ମସଲା ଅଳ୍ପ ଭାଜି ହେବାପରେ ସେଥିରେ ଟମାଟୋ ପକାଇ ଭାଜନ୍ତୁ । ତାପରେ ସେଥିରେ ଧନିଆ ଓ ପୋଦିନା ପତ୍ର ପକାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମସଲା ।

ଏବେ ସେହି ମସଲାରେ ଭିଜାଇ ରଖିଥିବା ଚାଉଳ, ନଡ଼ିଆ କ୍ଷୀର ଓ ପାଣି ଦେଇ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଆବଶ୍ୟକ ଅନୁସାରେ ପାଣିଦେଇ ପ୍ରେସର ବନ୍ଦ କରିଦିଅନ୍ତୁ । ଗୋଟେ ସିଟି ଦେବା ପରେ ଏହାକୁ କାଢି ଗରମ ଗରମ ରାଇତା ସହ ସର୍ଭ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button