ନୀତି

ଶନିବାର ଦିନ ସେବନ କରନ୍ତୁ ନାହିଁ ଏହିସବୁ ଜିନିଷ, କ୍ରୋଧିତ ହୋଇଯିବେ ଶନିଦେବ

ଆଜି ଦିନ ଅର୍ଥାତ ଶନିବାରେ ଶନି ଦେବଙ୍କୁ ପ୍ରସନ୍ନ କରିବାର ସୁବର୍ଣ୍ଣ ସୁଯୋଗ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ଅଶୁଭ ପ୍ରଭାବ ଚାଲିଥାଏ ତେବେ ଶନିବାର ଦିନ ସେହି ବ୍ୟେକ୍ତି ଉପବାସ କରିବା ଆବଶ୍ୟକ। ଜ୍ୟୋତିଷ ବିଦ୍ୱାନଙ୍କ କହିବାନୁଯାୟୀ ବ୍ରତ କରିବା ଦ୍ୱାରା ମନ ସୁଦ୍ଧ ହୋଇଥାଏ। ଶନି ହେଉଛନ୍ତି ନ୍ୟାୟାଧୀସ। ସେ ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି। ଏହାବ୍ୟତୀତ ଏପରି କିଛି ଜିନିଷ ରହିଛି ଯାହା ଶନିବାର ଦିନ ଘରେ ଖାଇବା ଅନୁଚିତ। ଏଭଳି କରିବା ଦ୍ୱାରା ଆପଣ ଶନିଦେବଙ୍କ ଆଶିଷ ପ୍ରାପ୍ତ କରିପାରିବେ।

ଜାଣନ୍ତୁ ଶନିବାରେ କେଉଁ ଜିନିଷ ଖାଇବା ଅନୁଚିତ:

-କ୍ଷୀର ଏବଂ କ୍ଷୀରରେ ପ୍ରସ୍ତୁତ ହୋଇଥିବା ଧଳା ନଜିନିଷ ଖାଇବା ଅନୁଚିତ। ସେଥିରେ ହଳଦୀ, ଗୁଡ କିମ୍ବା ଅନ୍ୟ କିଛି ପଦାର୍ଥ ପକାଇ ସେବନ କରିପାରିବେ।

-ନାଲି ଲଙ୍କା ବ୍ୟବହାର କରନ୍ତୁ ନାହିଁ। କଳା ଲଙ୍କା ଖାଇପାରିବେ ଏବଂ ଦାନ ମଧ୍ୟ ଦେଇପାରିବେ।

-କେବେ ବି ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ। କାରଣ ଏହା ଉପରେ ମଙ୍ଗଳର ପ୍ରଭାବ ରହିଥାଏ। ଚଣା, ବିରି ଏବଂ ମୁଗ ଡାଲି ଖାଇପାରିବେ।

-ଯେଉଁ ଲୋକମାନେ ଶନିବାର ଦିନ ମାଂସ ଏବଂ ମଦ ପାନ କରିଥାନ୍ତି ସେମାନେ ଶନିଙ୍କ ଶୁଭ କୃପା ଲାଭ କରିପାରନ୍ତି ନାହିଁ। ଏଥିସହ ଦୁର୍ଘଟଣାର ଆଶଙ୍କା ବଢିଥାଏ।

-ସୋରିଷ ତେଲ ବା ଏହି ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦାନ କରିପାରିବେ କିନ୍ତୁ ଖାଆନ୍ତୁ ନାହିଁ। ଶନି ମହାରାଜଙ୍କୁ ସୋରିେ ତେଳ ଅର୍ପଣ କରାଯାଇଥାଏ କିନ୍ତୁ ଖିଆଯାଇନଥାଏ।

sani-1-ଅର୍ଥ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖେଚୁଡି, କଳା ଚଣାରେ ପ୍ରସ୍ତୁତ ହୋଇଥିବା ତରକାରୀ, ଚଣା ଭୁଜିଆ ନିଜେ ସେବନ କରିବା ସହ ଦାନ କରନ୍ତୁ।

-ଶନିବାର ଦିନ ଭୋଜନରେ ବିରି ଡାଲିର ଖେଚୁଡି ଖାଇବା ଦ୍ୱାରା ଶନି ଦୋଷ ଏବଂ ଶନିଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button