ମନୋରଞ୍ଜନ

ଅନାଥ ହୋଇଗଲେ ମହେଶ ବାବୁ , ମାଁ ଙ୍କ ପରେ ଚାଲିଗଲେ ବାପା

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ମହେଶବାବୁଙ୍କ ପରିବାର ଉପରେ ମାଡିଯାଇଛି ଦୁଃଖର କଳା ବାଦଲ । ୨ ମାସ ତଳେ ମାଁ ଇନ୍ଦିରା ଦେବୀଙ୍କ ହାତ ପୁଅ ମୁଣ୍ଡରୁ ଉଠିଯାଇଥିବାବେଳେ , ଆଜି ଅର୍ଥାତ୍ ସୋମବାର ବାପା କୃଷ୍ଣାଙ୍କ ଦେହାନ୍ତ ହୋଇଛି। ରବିବାର ହୃଦଘାତର ଶିକାର ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ରବିବାର ରାତିରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅଭିନେତା କୃଷ୍ଣାଙ୍କୁ ୨୦ ମିନିଟ୍ ଧରି ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ମାନେ ୨୪ ଘଣ୍ଟା ତାଙ୍କ ପାକରେ ରହିବାକୁ ପରାମସ ଦେଇଥିଲେ ।

ଟଲିଉଡର ପ୍ରଥମ ସୁପରଷ୍ଟାର କୁହାଯାଉଥିବା କୃଷ୍ଣା ପ୍ରାୟ ୩୫୦ ତେଲୁଗୁ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟ ପାଲଟିଥିଲେ। ତାଙ୍କ ସମୟରେ ସେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତା ଥିଲେ। ୨୦୦୯ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button