ପ୍ରତିଦିନ ଫେସୱାସ୍ ବ୍ୟବହାର ଦ୍ୱାରା ତ୍ୱଚା ହୋଇଯାଏ ଖରାପ, ଏହି ଜିନିଷରେ ବି ଚେହେରାକୁ କରିପାରିବେ କ୍ଲିନ

ଚେହେରାକୁ କ୍ଲିନ କରିବା ପାଇଁ ଅଧିକାଂଶ ଲୋକ ଫେସୱାସ୍ ବ୍ୟବହାର କରନ୍ତି। କିନ୍ତୁ ଅନେକ କେମିକାଲ ପ୍ରୋସେସ ଦ୍ୱାରା ତିଆରି ହେଉଥିବା ଫେସୱାସକୁ ଯଦି ଆପଣ ପ୍ରତିଦିନ ବ୍ୟବହାର କରୁଥାନ୍ତି ତେବେ ଏହା ଆପଣଙ୍କ ସ୍କିନର ଚମକକୁ ଶେଷ କରି ଦେଇଥାଏ ଏବଂ ତ୍ୱଚାକୁ ଡ୍ରାଏ କରିଦିଏ। ଚେହେରାରେ ପ୍ରାକୃତିକ ଚମକ ବଜାୟ ରଖିବାକୁ ହେଲେ ଆପଣଙ୍କୁ ସବୁବେଳେ ଫେସୱାସ୍ ପରିବର୍ତ୍ତେ କିଛି ଘରୋଇ ଜିନିଷର ବ୍ୟବହାର କରିବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ସାମଗ୍ରୀ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ନିଜ ଚେହେରାକୁ ସଫା ରଖିବା ସହିତ ପ୍ରାକୃତିକ ଚମକ ଆଣିପାରିବେ। ଏହି ସବୁ ଘରୋଇ ସାମଗ୍ରୀ ଆପଣଙ୍କ ତ୍ୱଚାରେ କୌଣସି ବି କ୍ଷତି ପହଞ୍ଚାଇବ ନାହିଁ। ତାହେଲେ ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଜିନିଷ ବିଷୟରେ ଯାହା ଆପଣଙ୍କୁ ନାଚୁରାଲ ଗ୍ଲୋ ଦେବ।
କାକୁଡି
କାକୁଡି ସାମାନ୍ୟ ଥଣ୍ଡା ଜାତୀୟ ପଦାର୍ଥ ଅଟେ। ଏହାଦ୍ୱାରା ଶୁସ୍କା ଏବଂ ସମ୍ବେଦନଶୀଳ ତ୍ୱଚା ମଧ୍ୟ ଚମକଦାର ହୋଇଯିବ। ଯଦି ଆପଣଙ୍କର ବ୍ରଣ ସମସ୍ୟା ଥାଏ ତେବେ ଆପଣଙ୍କ ପାଇଁ କାକୁଡିର ବ୍ୟବହାର ବହୁତ ଲାଭଦାୟକ ହୋଇପାରିବ। କାକୁଡିର ଗୋଟେ ସ୍ଲାଇସ କାଟି ୧୫-୨୦ ମିନିଟ ଚେହେରାରେ ରଖନ୍ତୁ। ଏହାପରେ ହାଲ୍କା ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।
କ୍ଷୀର
କ୍ଷୀର ପିଇବା ଦ୍ୱାରା କେବଳ ଆପଣଙ୍କ ଗଣ୍ଠି ମଜବୁତ ହୋଇନଥାଏ ବରଂ ଏହାକୁ ଆପଣ କ୍ଲିଞ୍ଜର ଭାବରେ ମଧ୍ୟ ବ୍ୟବହାର କରିପାରିବେ। କ୍ଷୀରରେ ଥିବା ଲାକଟିକ ଏସିଡ ଚେହେରାରୁ ଡେଡ଼ ସ୍କିନ ହଟାଇବାରେ ସାହାଯ୍ୟ କରେ। ଆପଣ କଞ୍ଚା କ୍ଷୀରକୁ ତୁଳାରେ ବୁଡାଇ ଚେହେରାରେ ହାଲ୍କା ମାଲିସ କରନ୍ତୁ। ଦେଖିବେ କେମିତି ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ତ୍ୱଚା ଚମକି ଉଠିବ।
ଲେମ୍ବୁ
ତେଲିଆ ସ୍କିନ ପାଇଁ ଲେମ୍ବୁ ସବୁଠାରୁ ବଢିଆ କାମ ଦିଏ। ଏହାସହିତ ଲେମ୍ବୁ ଆପଣଙ୍କ ତ୍ୱଚାରୁ ଟ୍ୟାନ ହଟାଇବା କାମ କରିବାରେ ସାହାଯ୍ୟକାରୀ ହୋଇଥାଏ। ତ୍ୱଚାକୁ କ୍ଲିନ କରିବା ପାଇଁ ଆପଣ ଲେମ୍ବୁ ରସରେ ଅଳ୍ପ କ୍ଷୀର କିମ୍ବା ଦହି ମିଶାନ୍ତୁ ଏବଂ ଏହାକୁ ଚେହେରାରେ ଲଗାନ୍ତୁ। କିଛି ସମୟ ପରେ ଚେହେରାକୁ ଧୋଇ ମଷ୍ଚରାଇଜର ଲଗାଇ ଦିଅନ୍ତୁ।
ତେବେ ଏହିସବୁ ଘରୋଇ ସାମଗ୍ରୀ ଦ୍ୱାରା ଆପଣଙ୍କ ତ୍ୱଚାକୁ କ୍ଲିନ କରିବା ସହିତ ଚେହେରାରେ ପ୍ରାକୃତିକ ଚମକ ଆଣିପାରିବେ।



