ନୀତି

ଶନି ଜୟନ୍ତୀରେ କରନ୍ତୁ ଏହିସବୁ କାମ, ଦୂର ହେବ ସମସ୍ତ ଦୁଃଖ-ଯନ୍ତ୍ରଣା

ଜ୍ଯେଷ୍ଠ ମାସର ଅମାବାସ୍ଯା ତିଥିରେ ପବିତ୍ର ଶନି ଜୟନ୍ତୀ ପର୍ବ ପାଳନ କରାଯାଏ। ଧାର୍ମିକ ମାନ୍ଯତା ଅନୁଯାୟୀ ଏହି ଦିନ ଶନି ଦେବଙ୍କ ଜନ୍ମ ହୋଇଥିଲା। ଏହିକାରଣରୁ ଏହିଦିନ ବିଶେଷ ରୂପେ ଶନିଦେବଙ୍କ ପୂଜା ହୋଇଥାଏ। ହିନ୍ଦୁ ଧର୍ମରେ ଅମାବାସ୍ଯାର ମଧ୍ଯ ଅନେକ ମହତ୍ତ୍ବ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଦିନ କଣ କରିବା ଉଚିତ କଣ କରିବା ଅନୁଚିତ।

-ଅମାବାସ୍ଯା ଭଳି ଦିନରେ ଦାନ ଅଧିକ ମହତ୍ତ୍ବ ରହିଥାଏ। ଏହିଦିନ ଦାନ କରିବା ଦ୍ବାରା ଭଗବାନ କୃପା ଲାଭ ହୋଇଥାଏ। ଶନି ଜୟନ୍ତୀ ଦିନ ଦାନ କରିବା ଦ୍ବାରା ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଏହି ଦିନ ନିଜ କ୍ଷମତା ଅନୁସାରେ ଦାନ କରନ୍ତୁ।

sani dev--ଅମାବାସ୍ଯା ତିଥିରେ ଗଙ୍ଗା ସ୍ନାନର ଅନେକ ମହତ୍ତ୍ବ ମଧ୍ଯ ରହିଛି କିନ୍ତୁ ଚଳିତ ବର୍ଷ ଲକଡାଉନ କାରଣରୁ ଗଙ୍ଗା ସ୍ନାସନ କରିବା ଅସମ୍ଭବ। ଏହିକାରଣରୁ ଚଳିତ ବର୍ଷ ଘରେ ହିଁ ପବିତ୍ର ନଦୀକୁ ଧ୍ଯାନ କରି ସ୍ନାନ କରନ୍ତୁ। ଯଦି ଆପଣଙ୍କ ପାଖରେ ଗଙ୍ଗାଜଳ ରହିଥାଏ ତେବେ ଗାଧୋଇବା ସମୟରେ ପାଣିରେ ଟିକିଏ ମିଶାଇ ଦିଅନ୍ତୁ।

shani_dev_hanuman-ଆଜି ହନୁମାନଙ୍କ ପୂଜା କରିବା ଦ୍ବାରା ମଧ୍ଯ ସମସ୍ତ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ। ଧାର୍ମିକ କଥା ଅନୁଯାୟୀ ଶନି ଦେବ ହନୁମାନଙ୍କୁ ବଚନ ଦେଇଥଇଲେ, ଯିଏ ଆପାଣଙ୍କ ପୂଜା କରିବ ମୋର ଖରାପ ନଜର ସେହି ବ୍ଯକ୍ତିଙ୍କ ଉପରେ ପଡିବ ନାହିଁ। ଏହାବ୍ଯତୀତ ଶନିଙ୍କ ଅଶୁଭ ନଜରରୁ ରକ୍ଷା ପାଇବା ପାଇଁ ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ସମ୍ଭବ ହୋଇପାରୁ ତେବେ ଆଜି ଭଳି ଦିନରେ ଅର୍ଥାତ ଶନି ଜୟନ୍ତୀରେ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

sani dev-ଆଜି ଭଳି ଦିନରେ ସାତ୍ତ୍ବିକ ଆହାର ଭୋଜନ କରିବା ଉଚିତ। ଏହି ଦିନ ଆମିଷ ଏବଂ ମଦ୍ଯପାନ ଠାରୁ ଦୂରେଇ ରୁହନ୍ତୁ।

-ଏହାବ୍ଯତୀତ ଆଜିର ଦିନରେ ଶାରିରୀକ ସମ୍ବନ୍ଧ ରଖିବା ଅନୁଚିତ। ଏହି ଦିନ ଭକ୍ତି ପୂର୍ବକ ଭଗବାନ ଶନି ଦେବଙ୍କ ପୂଜା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button