ଓଡିଶା

ପୂର୍ବତନ ସିଆର୍‌ପିଏଫ୍‌ ଯବାନଙ୍କ ଇଚ୍ଛାମୃତ୍ୟୁ ଆବେଦନ: ୧୪ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ

ବଲାଙ୍ଗୀର: ଚାକିରି ଆଳରେ ଠକେଇ ଅଭିଯୋଗରେ ଗିରଫ ହେଲେ। ହାତରୁ ସରକାରୀ ଚାକିରି ଗଲା। ଅଦାଲତରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ଚାକିରିରେ ପୁନଃ ନିଯୁକ୍ତି ହେଉନାହିଁ। ଶେଷରେ ପୂର୍ବ ସିଆର୍‌ପିଏଫ୍‌ ଯବାନ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବଲାଙ୍ଗୀର ସହରରେ ଘଟିଛି। ସ୍ଥାନୀୟ ତାଲପାଲିପଡ଼ାର ପୂର୍ବତନ ସିଆର୍‌ପିଏଫ୍‌ ଯବାନ ସୁଧୀର ଦାସ ସପରିବାର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବା ପାଇଁ ରାଷ୍ଟ୍ରପତିଙ୍କଠାରେ ଆବେଦନ କରିଛନ୍ତି। ଗତ ୨୦୦୮ ମସିହାରେ ଭୁବନେଶ୍ୱରଠାରେ ସେ କାର୍ଯ୍ୟରତ ଥିଲେ।

୧୪ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନଃନିଯୁକ୍ତି ମିଳୁନି

ପଦୋନ୍ନତି ପାଇ ଏଏସ୍‌ଆଇ ମଧ୍ୟ ହୋଇଥିଲେ। ୨୦୧୦ ମସିହାରେ ବଲାଙ୍ଗୀର ସଦର ଥାନାରେ ସୁଧୀରଙ୍କ ନାମରେ ସାଂଘାତିକ ଅଭିଯୋଗ ଆସିଲା। ସେ ଚାକିରି ଆଳରେ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହା ପରେ ତାଙ୍କ ଚାକିରି ଚାଲିଗଲା। ୧୪ ବର୍ଷ ଧରି ନ୍ୟାୟିକ ଲଢ଼େଇ ଜାରି ରଖିବା ପରେ ସୁଧୀରଙ୍କୁ ଅଦାଲତ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ହାଇକୋର୍ଟ ସୁଧୀରଙ୍କ ଆବେଦନକୁ ବିଚାର କରି ଚାକିରି ବାବଦକୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଖାଇଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ପୂରା ପରିବାରକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତିଙ୍କୁ ମେଲ୍‌ ମାଧ୍ୟମରେ ସୁଧୀର ଜଣାଇଛନ୍ତି। ତାଙ୍କୁ ଚାକିରିରେ ଅବସ୍ଥାପିତ କରାନଗଲେ ମାର୍ଚ୍ଚ ୨ ତାରିଖରେ ସପରିବାର ରାଜ୍ୟପାଳଙ୍କ ଘର ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button