ମନୋରଞ୍ଜନ

ଏହି ଉପାୟରେ ଚିହ୍ନନ୍ତୁ ଅସଲି ଏବଂ ନକଲି ଖୁଆ

ଦୀପାବଳି ପୂଜାର ପ୍ରସ୍ତୁତି ଘରେ ଆରମ୍ଭ ହୋଇଗଲାଣି। ଏହି ପ୍ରସ୍ତୁତି ପାଇଁ ଘରେ ଅନେକ ପ୍ରକାର ମିଠା ତିଆରି କରାଯାଏ। ମିଠା ପ୍ରସ୍ତୁତିରେ ଖୁଆ ବ୍ୟବହାର କରାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଅସଲୀ ନକଲୀ ଖୁଆ ଜାଣିପାରିବେ, ତାହାପୁଣି ମାତ୍ର କିଛି ସମୟ ଭିତରେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

  • ଯଦି ଖୁଆ ଅସଲି ତାହେଲେ ତାହା ଏକଦମ୍‌ ମୁଲାୟମ ଏବଂ ନରମ ଦେଖାଯିବ। ଆଉ ଯଦି ନକଲି ହୋଇଥିବ ତାହେଲେ ଖୁଆ ଦରଦରା ଲାଗିବ।
  • ସେହିପରି ଯଦି ଖୁଆ ମୁହଁରେ ଚିପକି ଯାଏ ତାହେଲେ ଏହାର ଅର୍ଥ ନକଲୀ।
  • ଖୁଆରେ ଅଟା ଭଳି ଗୋଲାକାର ବନାନ୍ତୁ। ଯଦି ଖୁଆ ନକଲି ଥାଏ ତାହେଳେ ଗୋଳା ଫାଟିଯିବ।
  • ଖୁଆକୁ ଖାଇ ବି ଅସଲୀ ନକଲି ଜାଣିପାରିବେ। ଯଦି ଏହା ଖାଇଲେ କଞ୍ଚା କ୍ଷୀର ଭଳି ସ୍ୱାଦ ଆସୁଛି ତାହେଲେ ଖୁଆ ଅସଲି ବୋଲି ଜାଣନ୍ତୁ।
  • ଖୁଆରେ ଚିନି ମିଶଇ ତାକୁ ହାଲକା ଗରମ କରନ୍ତୁ। ଯଦି ଖୁଆ ପାଣି ଛାଡିବା ଆରମ୍ଭ କରେ ତାହେଲେ ଏହାର ଅର୍ଥ ଖୁଆ ନକଲି ଅଟେ।
  • ଏହାଛଡା ରଙ୍ଗ ଦ୍ୱାରା ମଧ୍ୟ ଅସଲି ନକଳି ଖୁଆ ବିଷୟରେ ଜାଣିପାରିବେ। ଅସଲି ଖୁଆ ଦେଖିବାକୁ ଏକଦମ୍‌ ଧଳା ଏବଂ ନକଲି ଖୁଆ ଦେଖିବାକୁ ହାଲକା ହଳଦିଆ ରଙ୍ଗର ହୋଇଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button