ବିଚାର

ପ୍ରଭୁ ଶ୍ରୀଗଣେଶଙ୍କୁ ଘରକୁ ଆଣିବା ପୂର୍ବରୁ ଜାଣି ରଖନ୍ତୁ ଏହି ୫ଟି ନିୟମ। ଗୋଟେ ଭୁଲ ହେଲେ ମିଳି ନଥାଏ ଶୁଭ ଫଳ

ପ୍ରତ୍ୟେକ ବର୍ଷ ସାରା ଭାରତରେ ଗଣେଶ ଚତୁର୍ଥୀ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଏହିବର୍ଷ ଗଣେଶ ପୂଜା ଅଗଷ୍ଟ ୩୧ ତାରିଖ ଦିନ ଆରମ୍ଭ ହେଉଛି। ଏହି ସମୟରେ ଘରେ ଘରେ ଶ୍ରୀଗଣେଶ ମୂର୍ତ୍ତି ସ୍ଥାପନା କରାଯିବ। ପ୍ରଭୁ ଶ୍ରୀଗଣେଶ ୧୦ ଦିନ ପର୍ଯ୍ୟନ୍ତ ଅବସ୍ଥାନ ହୋଇ ତାପରେ ତାଙ୍କର ବିସର୍ଜନ କରାଯିବ। କୁହାଯାଏ କି ଘରେ ଶ୍ରୀଗଣେଶ ମୂର୍ତ୍ତି ସ୍ଥାପନା କଲେ ଶୁଭ ହୋଇଥାଏ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ସମସ୍ତ ଦୁଃଖ ଦୂର ହୋଇଥାଏ। କିନ୍ତୁ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ସ୍ଥାପନା କରିବା ସମୟରେ କିଛି ଖାସ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ।ନଚେତ ଲାଭ ବଦଳରେ କ୍ଷତି ସହିବାକୁ ପଡିପାରେ। ତେବେ ଆସନ୍ତୁ ଗଣେଶ ପୂଜା ସମ୍ବନ୍ଧିତ କିଛି ଖାସ ନିୟମ ଗୁଡିକ ବିଷୟରେ ।

ଏହି ଦିଗରେ ରଖନ୍ତୁ ମୂର୍ତ୍ତି :-

ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ସ୍ଥାପନ କରିବା ଉଚିତ। ନଚେତ ପଶ୍ଚିମ ବା ଉତ୍ତର ଦିଗରେ ମଧ୍ୟ ଆପଣ ଶ୍ରୀଗଣେଶଙ୍କୁ ସ୍ଥାପନ କରି ପାରିବେ। କିନ୍ତୁ ଦକ୍ଷିଣ ଦିଗ ଆଡ଼କୁ ମୁଖ କରି ଗଣେଶ ମୂର୍ତ୍ତିକୁ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। କାରଣ ଦକ୍ଷିଣ ଦିଗରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ।

ଭୂମି ଉପରେ ମୂର୍ତ୍ତି ରଖନ୍ତୁ ନାହିଁ :-

ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତିକୁ କେବେବି ସିଧାସଳଖ ଭୂମି ଉପରେ ରଖନ୍ତୁ ନାହିଁ। କୌଣସି ପ୍ରକାର ଗୋଲ କାଠ ଉପରେ ଲାଲ କପଡ଼ା ପକାଇ ସ୍ଥାପନ କରନ୍ତୁ। ଏଭଳି କରିବା ଦ୍ଵାରା ପ୍ରଭୁ ଶ୍ରୀଗଣେଶ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଶୁଭ ଫଳ ପ୍ରଦାନ କରିଥାନ୍ତି।

ଛିଡ଼ା ହୋଇଥିବା ଗଣେଶ ମୂର୍ତ୍ତି ଆଣନ୍ତୁ ନାହିଁ :-

ଆଜିର ଆଧୁନିକ ଯୁଗରେ ବଜାରରେ ଅନେକ ପ୍ରକାରର ଗଣେଶ ମୂର୍ତ୍ତି ମିଳୁଛି। ତେବେ ଆପଣ ଗଣେଶ ମୂର୍ତ୍ତି କିଣିବା ସମୟରେ ଏହି କଥା ଉପରେ ଧ୍ୟାନ ରଖିବେ କି ପ୍ରଭୁ ଶ୍ରୀଗଣେଶ ବସି ଥିବାର ମୂର୍ତ୍ତି ଆଣିବେ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଛିଡ଼ା ହୋଇଥିବା ମୂର୍ତ୍ତିକୁ ଘରେ ସ୍ଥାପନ କରାଯାଏ ନାହିଁ।

ଗଣେଶ ମୂର୍ତ୍ତିର ରଙ୍ଗ କଣ ହେବା ଉଚିତ :-

ବଜାରରେ ଆପଣଙ୍କୁ ଅନେକ ରଙ୍ଗର ଗଣେଶ ମୂର୍ତ୍ତି ମିଳିଯିବ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧଳା ବା ସିନ୍ଦୂରୀ ରଙ୍ଗର ଗଣେଶ ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ରଙ୍ଗର ଗଣେଶ ମୂର୍ତ୍ତି ଘରେ ସ୍ଥାପନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।

ପ୍ରଭୁ ଶ୍ରୀ ଗଣେଶଙ୍କର ଶୁଣ୍ଢ ଉପରେ ମଧ୍ୟ ଦିଅନ୍ତୁ ଧ୍ୟାନ :-

ଯଦି ପ୍ରଭୁ ଶ୍ରୀଗଣେଶଙ୍କ ଶୁଣ୍ଢ ବାମ ଆଡକୁ ଥାଏ, ତାହେଲେ ବାମମୁଖୀ ଗଣେଶ କୁହାଯାଏ। ଯଦି ଶୁଣ୍ଢ ଡାହାଣ ଆଡ଼କୁ ରହେ, ତାହେଲେ ସିଦ୍ଧିବିନାୟକ କୁହାଯାଏ। ବାମମୁଖୀ ଗଣେଶଙ୍କର ପୂଜାର୍ଚ୍ଚନା କରିବା ପାଇଁ ସହଜ ନିୟମ ରହିଛି। କିନ୍ତୁ ସିଦ୍ଧିବିନାୟକଙ୍କ ପୂଜାପାଠ କରିବା ପାଇଁ ଅନେକ ନିୟମ ଗୁଡ଼ିକ ରହିଛି। ଏହି ନିୟମର ପାଳନ କରିବା ପାଇଁ ଧାର୍ମିକ ଅନୁଷ୍ଠାନ ବା ମନ୍ଦିର ହିଁ ଉପଯୋଗୀ ଅଟେ। ସେଥିପାଇଁ ଘରେ ବାମମୁଖୀ ଗଣେଶଙ୍କୁ ବିରାଜିତ କରି ପୂଜାର୍ଚ୍ଚନା କରାଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button