ଓଡିଶା

ପ୍ରାଶାସନିକ କାରଣରୁ ଏଏସଆଇ ଶଙ୍କର ରାଓଙ୍କୁ ବ୍ରହ୍ମପୁରରୁ ଭଦ୍ରକ ଜିଲ୍ଲା ବଦଳି

ବ୍ରହ୍ମପୁର – ନିକଟରେ ଭଞ୍ଜବିହାର ଫାଣ୍ଡିରୁ ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିବା ଏଏସଆଇ ଇ. ଶଙ୍କର ରାଓଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି କରାଯାଇଛି। ପୁଣି ଥରେ ପ୍ରାଶାସନିକ କାରଣରୁ ତାଙ୍କୁ ବଦଳି କରାଯାଇଛି। ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିକଟରେ ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ମୋଟ ୨୮ ଜଣ ଏସିଆଇ ଓ ଏଏସ ଆଇଙ୍କ ବଦଳି କରାଯାଇଥିଲା । ତେବେ ଏଏସଆଇ ଶଙ୍କର ରାଓଙ୍କୁ ପୁଣି ଥରେ ପ୍ରାଶାସନିକ କାରଣରୁ ବଦଳି କରାଯାଇଛି।ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରେ ହୋଇଥିବା ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ତୁରନ୍ତ ଶଙ୍କର ରାଓଙ୍କୁ ରିଲିଭ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗଞ୍ଜାମ ଜିଲ୍ଲାରେ ବାଲି ଚୋରାଚାଲାଣ ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀମାନେ ଶଙ୍କର ରାଓଙ୍କୁ ପଚରାଉଚରା କରିଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button