ସ୍ୱାସ୍ଥ୍ୟ

ଆପଣଙ୍କ ଲି-ଭର ସୁସ୍ଥ ନା ଅସୁସ୍ଥ କେମିତି ଜାଣିବେ ? ଦେଖନ୍ତୁ ଏହି ରିପୋର୍ଟ ଆଉ ହୋଇ ଯାଆନ୍ତୁ ସାବଧାନ

ଲିଭର ସମସ୍ୟା କୁ ଆଦୋୖ ଅଣଦେଖା କରିବା ଉଚିତ ନୁହେଁ ବା ହାଲକା ଭାବରେ ନିଅନ୍ତୁ ନାହିଁ।ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନେ ନିୟମିତ ପାଳନ କରନ୍ତୁ। ଡାକ୍ତର ସତ୍ୟ ପଟ୍ଟନାୟକ କହିଛନ୍ତି ଯେ ଶରୀର ସୁସ୍ଥ ରହିବା ପାଇଁ ଲିଭର ଏକ ମୁଖ୍ୟ ଭୂମିକା ରହିଛି।ଲିଭର ଯଦି ସୁସ୍ଥ ନ ରହିବ ତାହେଲେ ଶରୀର ମଧ୍ୟ ସୁସ୍ଥ ରହିବ ନାହିଁ।
ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହେବେ।ଲିଭର ର ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଖାଦ୍ୟ ହଜମରେ ସାହାର୍ଯ୍ୟ କରିବା। ରକ୍ତ ପତଳା, ରକ୍ତ ଜମାଟ ରେ ବିଭିନ୍ନ କାର୍ଯ୍ୟ କରିଥାଏ।
ଲିଭର ହେଲେ କେତେ ଗୁଡ଼ିଏ ଲକ୍ଷଣ ଦେଖିବାକୁ ମିଳିଥାଏ।ଖାଦ୍ୟ ପ୍ରତି ଆଗ୍ରହ କମିଯିବ। ଯଦି କିଛି ଖାଦ୍ୟ ଖାଇବେ ତାହେଲେ ପେଟରେ କିଛି କଷ୍ଟ ଅନୁଭବ କରିବେ।
ଅନେକ ସମୟରେ ପେଟ ଫୁଲି କରି ରହିବ।ଶରୀରର ଡାହାଣ ପଟ ଉପର ଭାଗରେ ଡିଶ୍ କମ୍ଫର୍ଟ୍ ଲାଗିବ।ସୁସ୍ଥ ଅନୁଭବ କରିବେ ନାହିଁ। ଆଳସ୍ୟ ଅନୁଭବ କରିବେ।ପୁରା ଶରୀର ପୀଡ଼ା ହୋଇଥାଏ।
ଏହି ସବୁ ଲକ୍ଷଣ ଯେତେବେଳେ ଶରୀରରେ ପାଇବେ ତାହେଲେ ଲିଭର ସମସ୍ୟା ଦେଖା ଦେବ।
ଲିଭର ସମସ୍ୟା ବେଳେ ଜଣା ପଡି ନଥାଏ।ଜଣ୍ଡିସ ଦ୍ଵାରା ଲିଭର ସମସ୍ୟା ଜଣାପଡିଥାଏ।ଦୂଷିତ ଖାଦ୍ୟ,ଦୂଷିତ ଜଳ ଦ୍ଵାରା ଲିଭର ସଂକ୍ରମଣ ହୋଇଥାଏ।ମଦ୍ୟପାନ ଯୋଗୁ ଲିଭର ସମସ୍ୟା ଦେଖା ଦେଇଥାଏ।
ମୋଟାପଣ ଡାଇବେଟିସ ରହିଲେ ଲିଭର ପ୍ରତି ଅଧିକ ଖରାପ ହୋଇଥାଏ।ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେଲେ ଲିଭର ସୁସ୍ଥ ରହିପାରିବ।ଲିଭର ସମସ୍ୟା ଦେଖା ଦେଇଥିଲେ ଘରୋଇ ନିରାକରଣ କିଛି ରହିଛି।କିଛି ଦ୍ରବ୍ୟ ରହିଛି ଯାହାର ରସ ପିଇଲେ ଲିଭର କୁ ସଫା କରିଥାଏ।
ସାମାନ୍ୟ ଉଷୁମ ପାଣିରେ ଅଦା ରସ,ଆଉ କିଛି ଲେମ୍ବୁ ରସ ମିଶେଇ ପିଇବେ।ତାହେଲେ ସେ ପାଣି ଟା ଲିଭର କୁ ସଫା କରିବାରେ ସାହାର୍ଯ୍ୟ କରିଥାଏ। ନଚେତ୍ ଘି କୁଆଁରୀ ର ଭିତରେ ଯେଉଁ ଧଳା ରସ ରହିଥାଏ ସେହି ରସ କୁ ଗ୍ରାଇଣ୍ଡ କରି ତାକୁ ପିଇବେ।ଅଙ୍ଗୁର ରସ ମଧ୍ୟ ପିଇ ପାରିବେ।ଔଷଧ ମଧ୍ୟ ଖାଇପାରିବେ।କିନ୍ତୁ ଶରୀର ବେଶି ଯଦି ଅସୁସ୍ଥ ହୋଇଥିବ ତାହେଲେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button