ନୀତି

କେବଳ ମନୋରଞ୍ଜନ ପାଇଁ ନୁହେଁ; ଏଥର ଟଙ୍କା ରୋଜଗାର ପାଇଁ ଖୋଲନ୍ତୁ ଇନ୍‌ଷ୍ଟାଗ୍ରାମ୍‌ – Utkal Mail


ମୁମ୍ବାଇ:  ଇନଷ୍ଟାଗ୍ରାମର ବ୍ୟବହାର ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ବୃଦ୍ଧମାନଙ୍କଠାରୁ ଆରମ୍ଭ କରି ପିଲାମାନେ ସମସ୍ତେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ଅର୍ଥାତ ଇନଷ୍ଟାଗ୍ରାମ ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଲୋକମାନେ ଦିନକୁ ପ୍ରାୟ ୪ ରୁ ୫ ଘଣ୍ଟା ବିତାଉଛନ୍ତି। ଅନେକ ଲୋକ ଅଛନ୍ତି; ଯେଉଁମାନେ ଇନଷ୍ଟାଗ୍ରାମରୁ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି।

ହେଲେ ଅଧିକାଂଶ ଲୋକ ଅଛନ୍ତି, ଯେଉଁମାନେ ରିଲ୍ ତିଆରି କରିବା ପରେ ମଧ୍ୟ ଆଶାଜନକ ଲାଇକ୍‌ ଓ ଭିୟୁ ପାଇପାରୁନାହାଁନ୍ତି। ଏହାର ଅର୍ଥ ସ୍ପଷ୍ଟ ଯେ ବିବା ଲାଇକ୍‌ ଓ ଭିୟୁରେ ଆପଣ ଅର୍ଥ ରୋଜଗାର କରିବାକୁ ସମର୍ଥ ହେବେ ନାହିଁ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏକ କୌଶଳ କହୁଛୁ। ଯାହା ଦ୍ବାରା ଆପଣ ଲାଇକ୍ ଏବଂ ଭିୟୁ ପାଇ ଭଲ ରକମର ରୋଜଗାର କରିବାରେ ସମର୍ଥ ହେବେ।
ଆପଣଙ୍କୁ କହିରଖୁଛୁ ଯେ ଇନଷ୍ଟାଗ୍ରାମ ଚ୍ୟାନେଲ ହେଉଛି ଏକ ପ୍ରସାରଣ ପ୍ଲାଟଫର୍ମ, ଯେଉଁଠାରୁ ଆପଣ ଏକ ସମୟରେ ଅଧିକ ଲୋକଙ୍କ ସହିତ ଆପଣଙ୍କର ରିଲ୍ ଏବଂ ଫଟୋ ଭିଡିଓ ସେୟାର କରିବାକୁ ସମର୍ଥ ହେବେ। ଏହା ସହିତ ଆପଣଙ୍କର ଫଟୋ, ଭିଡିଓ ଏବଂ ରିଲ୍ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ।
ସର୍ବପ୍ରଥମେ ଆପଣଙ୍କୁ ଇନଷ୍ଟାଗ୍ରାମ ଖୋଲିବାକୁ ପଡିବ। ଏହାପରେ ଆପଣ ଦେଖିବେ ଯେ ଫିଡ୍‌ର ଉପର ଡାହାଣ କୋଣରେ ଏକ ସେଣ୍ଡ୍‌ କିମ୍ବା ମେସେଞ୍ଜର ବଟନ୍ ଦେଖାଯିବ, ଯାହାକୁ ଟ୍ୟାପ୍ କରିବାକୁ ପଡିବ। ଏହା ଉପରେ ଟ୍ୟାପ୍ କରନ୍ତୁ ଏବଂ ଯାହାକୁ ସେୟାର୍‌ କରିବାକୁ ଚାହାନ୍ତି ସେହି କଣ୍ଟେଣ୍ଟ୍‌କୁ ଚୟନ କରନ୍ତୁ। ଏହାପରେ କ୍ରିଏଟ୍‌ ଟେଚ୍‌ରେ କ୍ଲିକ୍‌ କରିବେ। ଏଠାରେ ଆପଣ ଚ୍ୟାନେଲର ନାମ ଦେଇପାରିବେ। ଏହାପରେ ଆପଣ ଏଥିରେ ଏକ ଫଟୋ ରଖିପାରିବେ। ଏହି ଉପାୟରେ ଆପଣଙ୍କ ଚ୍ୟାନେଲ ପ୍ରସ୍ତୁତ ହୋଇଯିବ। ଏଥିରେ ଆପଣ ଲୋକଙ୍କ ସହ ଯୋଡ଼ି ହୋଇପାରିବେ। ଆପଣ ଏଥିରେ ଇନ୍‌ଭିଟେସନ୍‌ ଲିଙ୍କ୍ ମଧ୍ୟ ପଠାଇ ପାରିବେ।




Related Articles

Leave a Reply

Your email address will not be published. Required fields are marked *

Back to top button