ଓଡିଶା

ଆସୁଛି ପିକନିକ ଋତୁ; ପ୍ଲାଷ୍ଟିକ ମୁକ୍ତ ହେବ ୧୦୦ଟି ପିକନିକ୍ ସ୍ପଟ୍ – Utkal Mail


ଭୁବନେଶ୍ବର: ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ଏଠି ସେଠି ଫୋପାଡୁଛନ୍ତି । ଯାହା ଫଳରେ ସବୁ ପିକନିକ ସ୍ପଟ ଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ।

ରାଜ୍ୟର ୧୦୦ ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ । ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ । ୟୁଥ୍ ଫର୍ ୱାଟର ନାମକ ସ୍ଵେଚ୍ଛାସେବୀ ସଂଗଠନ ସହଯୋଗରେ ଏହି କ୍ୟାମ୍ପେନ ହାତକୁ ନେଇଛି ବୋର୍ଡ଼ ।

କ୍ୟାମ୍ପେନ ଅଧୀନରେ ରାଜ୍ୟର ୨୮ ଜିଲ୍ଲାରେ ୧୦୦ଟି ପିକନିକ୍ ସ୍ପଟକୁ ଚିହ୍ନଟ କରାଯାଇଛି । ସେଗୁଡ଼ିକରେ ଏନଜିଓ, ଇକୋ କ୍ଲବ୍, ଏସଏଚଜି ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ଜରିଆରେ ପିକନିକ୍ ସ୍ପଟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସଚେତନତା ସୃଷ୍ଟି କରାଯିବ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ବାରା ଚିହ୍ନଟ ହୋଇଥିବା ୧୦୦ଟି ପିକନିକ୍ ସ୍ପଟ ମଧ୍ୟରେ ରହିଛି ଖୋର୍ଦ୍ଧାର ଡ଼େରାସ, ବରୁଣେଇ ମନ୍ଦିର, କଟକର ଅଶୁଂପ ଦେଓଝର, ଢେଙ୍କାନାଳର ସପ୍ତଶଯ୍ୟା ଓ ଦଣ୍ଡାଧାର ଗଜପତିର ଗଣ୍ଡହାତୀ ଜଳପ୍ରପାତ, ଗଞ୍ଜାମ ବୁଢାଖୋଲ, କଳାହାଢିର ହେଲୋପଏଣ୍ଟ, କନ୍ଧମାନର ଲୁଡ଼ୁଜଳ ପ୍ରପାତ, କେନ୍ଦ୍ରାପଡ଼ାର ସିଆଳି ବିଚ୍, କେନ୍ଦୁଝରର ବଡ଼ଘାଗରା ଓ ସାନଘାଗରା, ଅନୁଗୁଳର ଡ଼େରେଜାଙ୍ଗ ଡ଼୍ୟାମ୍, ବାଲେଶ୍ୱରର ଚାନ୍ଦିପୁର, ବରଗଡ଼ର ନୃସିଂହନାଥ, ଭଦ୍ରରକର ଇରମ୍, ବଲାଙ୍ଗିରିର ଗାଇଖାଇ ଇକୋଟୁରିଜିମ, ବୌଦ୍ଧର ରାମଗଡ଼, କୋରାପୁଟ ଗୁପ୍ତେଶ୍ୱର, ଦେଓମାଳି, ମାଲକାନଗିରିର ସତୀଗୁଡ଼ା ଡ଼୍ୟାମ୍, ମୟୁରଭଞ୍ଜର ଭୀମକୁଣ୍ଡ ଇକୋଟୁରିଜିମ୍, ବରେହିପାଣି ଜଳ ପ୍ରପାତ, ସୀତାକୁଣ୍ଡ,ଦେବକୁଣ୍ଡ, ନବରଙ୍ଗପୁରର ଚନ୍ଦାଧର, ନୟାଗଡ଼ର ସିମିଳିଝର, ନୂଆପଡ଼ାର ପାଟୋରାରିଜରଭର, ପୁରୀର ରାମଚଣ୍ଡି, ରାୟଗଡ଼ାର ମିନାଝଲା ଶିବ ମନ୍ଦିର, ସମ୍ବଲପୁରର ଜିରୋପଏଣ୍ଟ, ଦେବଝରଣ, ସୋନପୁରର ପୂଜାଡ଼ୁଙ୍ଗୁରୀ, ଏବଂ ସୁନ୍ଦରଗଡ଼ର ଖଣ୍ଡାଧାର ଜଳପ୍ରପାତ ଓ ବେଦବ୍ୟାସ ପ୍ରମୁଖ ସ୍ଥାନ ସାମିଲ ରହିଛି ।


Related Articles

Leave a Reply

Your email address will not be published. Required fields are marked *

Back to top button