କ୍ରାଇମ

ହନୁମାନ ପଇସା କାରବାର ବେଳେ ମାଡ଼ି ବସିଲା ପୁଲିସ: ୩ ଯୁବକ ଗିରଫ, ପଇସା ଓ ବିଦେଶୀ ମୁଦ୍ରା ଜବତ – Utkal Mail


ରେଢ଼ାଖୋଲ: ହନୁମାନ ପାଇସା କାରବାର ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଶଙ୍କରାପୋଷ ଗ୍ରାମର ସଚ୍ଚିନ୍ଦ୍ର ପଟେଲ (୩୮), ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଥାନା କଳିଙ୍ଗ ବିହାରର ସତ୍ୟରଂଜନ ଜେନା (୪୦) ଓ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ଦନ୍ତାନ ଥାନା ପାଣିତେଣ୍ତା ଗ୍ରାମର କାର୍ତ୍ତିକ ମିଶ୍ର (୫୪)। ସେମାନଙ୍କ ନିକଟରୁ ପୁଲିସ ୨ଟି ପୁରୁଣାମୁଦ୍ରା ଯାହାକି ଗୋଟିଏ ପାର୍ଶ୍ବରେ ହନୁମାନଙ୍କ ଲୋଗୋ ଥିବା ବେଳେ ଅନ୍ୟ ପଟେ ଇଷ୍ଟ ଇଣ୍ଡିଆ କମ୍ପାନି ୧୮୧୮ ଓ ୧୮୦୮ ଉଲ୍ଲେଖ ରହିଛି। ଗୋଟିଏ ହନୁମାନ କଏନ୍‌ ଗୋଟିଏ ପାର୍ଶ୍ବରେ ଇଷ୍ଟ ଇଣ୍ଡିଆ କମ୍ପାନି ଅଧଅଣି ଓ ପଛ ପାର୍ଶ୍ବରେ ଦୁଇଟି ସିଂହ ଓ ଦୁଇଟି ପତାକା ରହିଛି। ଗୋଟିଏ ଇଷ୍ଟ ଇଣ୍ଡିଆ କମ୍ପାନି ୟୁକେ ଏକ ଅଣା, ଦୁଇଟି ଟଙ୍କିକିଆ କଏନ୍‌ (୧୮୬୯ ଓ ୧୯୪୮), ଦୁଇଟି କିପେଡ୍‌ ମୋବାଇଲ୍‌ ‌ଫୋନ୍, ଗୋଟିଏ ବିଦେଶୀ ମୁଦ୍ରା, ଗୋଟିଏ ପୁରୁଣା ୫ ଟଙ୍କିଆ କଏନ୍, ଗୋଟିଏ ହୋଣ୍ତାସିଟି କାର୍‌ (ଓଡି ୦୨ଆର୍‌ ୩୫୮୧), ୩ଟି ମୋବଳଇଲ୍‌ ଫୋନ୍, ନଗଦ ଟଙ୍କା ୩୮ ହଜାର ୭ଶହ ଟଙ୍କା, କଏନ୍ ଟେଷ୍ଟିଙ୍ଗ ମେସିନ ସହ ପ୍ରେସ କାର୍ଡ ଓ ବୁମ୍‌ ଜବତ କରିଥିବା ଏସ୍‌ଡିପିଓ ପ୍ରଶାନ୍ତ ମେହେର ଓ ଥାନା ଅଧିକାରୀ ସବିତାବାଳା ସେଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ଅନୁସାରେ, ବୁଧବାର ସଂଧ୍ୟାରେ ସଚ୍ଚିନ୍ଦ୍ର, ସତ୍ୟରଞ୍ଜନ ଓ କାର୍ତ୍ତିକ ଏକ ଧଳା ରଙ୍ଗର କାର୍‌ରେ ଆସି ରେଢ଼ାଖୋଲ ଥାନା ଚାରବାଟି ଗ୍ରାମ ଛକ ନିକଟ ପହଞ୍ଚି ଥିଲେ। ସେଠାରେ ଉପସ୍ଥିତ କିଛି ଲୋକଙ୍କୁ ସେମାନେ ପ୍ରାଚୀନ ମୁଦ୍ରା କିଣାବିକାର ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ। ଗାଁ ଲୋକଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ ସେମାନେ କିଛି ପୁରୁଣା ମୁଦ୍ରା ମଧ୍ୟ ଦେଖେଇ ଥିଲେ। ପୁରୁଣା ମୁଦ୍ରା କିମ୍ବା ହନୁମାନ ଟଙ୍କା ଦେଲେ ଅଧିକ ଦାମ୍ ଦିଆଯିବ ବୋଲି ଲୋଭ ଦେଖାଇ ଥିଲେ। ଏପରିକି ସେମାନେ ଧଳା ଚାଉଳ, ସିନ୍ଦୂର ଓ ସିନ୍ଦୂର ବୋଳା ସୂତା ଧରି ନିଜ ପାଖରେ ଥିବା କଏନର ଟେଷ୍ଟିଂ ମଧ୍ୟ କରିଥିଲେ। ଏ ବାବଦରେ ଖବର ପାଇ ପାଟ୍ରୋଲିଂ କରୁଥିବା ଏସ୍‌ଆଇ ଅସିମା ଏକ୍କା ନିଜର ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ପୁଲିସକୁ ଦେଖି ସେମାନେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା। ଗୁରୁବାର ଏହି ତିନି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button