ଓଡିଶା
ଯାନ୍ତ୍ରିକ ତ୍ରୁଟି : ଚିଲିକା ମଝିରେ ଅଟକିଲା ଭସାପୋଲ

ଟାଙ୍ଗି,୭।୧୧ : ଚିଲିକା ମଝିରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ହଠାତ୍ ଅଟକିଲା ଯାତ୍ରୀବାହୀ ଭସାପୋଲ । ପୁରୀ ଜିଲ୍ଲା ସାତପଡା ନିକଟ ଚିଲିକା ମଝିରେ ଫସି ରହିଛି ଏହି ଯାତ୍ରୀବାହୀ ଭସାପୋଲ ।
ଭସାପୋଲଟି ସାତପଡାରୁ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟ ଅଭିମୁଖେ ଯାଉଥିଲା । ହଠାତ ଭସାପୋଲରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
ଫଳରେ ଭସାପୋଲଟି ଚିଲିକା ମଝିରେ ଅଟକି ରହିଛି। ଏହି ଭସାପୋଲରେ ଗୋଟିଏ ବସ୍ , ୨ଟି ୪ ଚକିଆ ଯାନ, ୧୦ ଟି ବାଇକ୍ ସହିତ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି।