ଅଗଷ୍ଟ ୧୫ରେ ସ୍କୁଲରେ ବଣ୍ଟାଗଲା ମିଠା ହେଲେ ଛାତ୍ରକୁ ନମିଳିବାରୁ, ରାଗିଯାଇ ଶିକ୍ଷୟତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା, ଜାଣନ୍ତୁ ପୁରା ଘଟଣା

ସ୍ୱାଧୀନତା ଦିବସରେ ଛାତ୍ର ମାନଙ୍କୁ ମିଠା ନ ଦେବାରୁ ଶିକ୍ଷକଙ୍କୁ ପିଟିଲେ ଛାତ୍ର ! ପୋଲିସ ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତ ଛାତ୍ର ସେହି ଅଞ୍ଚଳ ଛାଡି ପଳାଇଥିଲେ । ଯାହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୁକ୍ସାର୍ ଜିଲ୍ଲାର ମୁରାର ପୋଲିସ ଷ୍ଟେସନ ଅଞ୍ଚଳର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଘଟଣା ଅନୁସାରେ , ଅଗଷ୍ଟ ୧୫ ତଥା ସ୍ଵାଧିନତା ଦିବସ ଦିନ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ ପରେ ମିଠେଇ ବଣ୍ଟନ କରାଯାଇଥିଲା ।
ବିହାରର ବକ୍ସରରେ ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସରେ ମିଠା ମିଳି ନଥିଲା, ସେମାନେ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ । ଛାତ୍ରମାନେ ମିଠା ନ ପାଇ ଏତେ ରାଗିଗଲେ ଯେ ସେମାନେ ନିଜ ଘରକୁ ଯିବା ବାଟରେ ଶିକ୍ଷକମାନଙ୍କୁ ଅବରୋଧ କରିଥିଲେ । ଘରକୁ ଫେରିବା ବାଟରେ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।
ଛାତ୍ରଙ୍କ ଉତ୍ତେଜନା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ପୋଲିସର କହିବା ଅନୁଯାୟୀ ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ଜାଣି ସମସ୍ତ ଛାତ୍ର ସେହି ଅଞ୍ଚଳ ଛାଡି ପଳାଇଥିଲେ । ତେଣୁ ଘଟଣାର ତଦନ୍ତ ପାଇଁ ପୋଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କୁ ପୋଲିସ ଷ୍ଟେସନକୁ ଡକାଇଥିଲା ।
ଶିକ୍ଷକମାନଙ୍କର କହିବା ଅନୁଯାୟୀ, ସ୍ଵାଧିନତା ଦିବସ ଅବସରରେ ବିଦ୍ୟାଳୟରେ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ମିଠା ବଣ୍ଟନ କରାଯାଇଥିଲା । କିନ୍ତୁ ଯେତେବେଳେ ଛାତ୍ରମାନଙ୍କ ଭିଡ଼ ବହୁତ ଅଧିକ ହେଲା, ରସଗୋଲା ବଣ୍ଟନ ବନ୍ଦ ହୋଇଗଲା
। ଏହି କାରଣରୁ ଛାତ୍ରମାନେ ବେଶ୍ ଉତ୍ତେଜିତ ହୋଇ ଯାଇଥିଲେ । ଏବଂ କ୍ରୋଧିତ ହୋଇ ଶିକ୍ଷକ ମାନେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।