ବିଚାର

JYOTISHA SHASTRA : ଶନିବାର ଦିନ ରାତିରେ ଏହି 5 ଟି ଜିନିଷ ଖାଇଲେ ହେବ ସର୍ବନାଶ, ଶନି ଙ୍କ କୋପ ଦୃଷ୍ଟି ଲାଗିବ

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଶନିବାର ହେଉଛି ଶନିଦେବଙ୍କ ପ୍ରିୟ ବାର ଏହି ଦିନ ଆପଣ ଶନିଦେବଙ୍କ ପୂଜା ଆରାଧନା କଲେ ଆପଣ ଜୀବନରେ ଅନେକ ସଫଳତା ଲାଭ କରିଥାନ୍ତି |ଯେଉଁ ବ୍ୟକ୍ତିମାନଙ୍କ ଜାତକ କୁଣ୍ଡଳୀରେ ଶନିଦୋଷ ଲାଗିଥାଏ ତେବେ ସେହି ବ୍ୟକ୍ତିମାନଙ୍କୁ ଶନିଦେବଙ୍କ ପୂଜା ଆରାଧନା କରିବା ପାଇଁ ଜ୍ୟୋତିଷ ମାନେ କହିଥାନ୍ତି |

ଆପଣ ଶନିଦେବଙ୍କୁ ଯଦି ନିଜର ଭକ୍ତି ମାଧ୍ୟମରେ ପ୍ରସନ୍ନ କରିପାରନ୍ତି ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ ଶନିଦେବଙ୍କ କୃପାରୁ ଖୁସିରେ ମଧ୍ୟ ରହିବେ |ମୁଁ ଆଜି ଆପଣକୁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଏମିତି କିଛି ଦ୍ରବ୍ୟ ଖାଇବା ପାଇଁ ବାରଣ କରିବି, ଯାହାକୁ ଖାଇବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ କୋପ କରିଥାନ୍ତି |ତେବେ ଆସନ୍ତୁ ଜାଣିବା ଶନିବାର ଦିନ ଆମେ କେଉଁ ଦ୍ରବ୍ୟ ଖାଇବା ଉଚିତ ନୁହଁ ତାହାର ସମ୍ପୂର୍ଣ କଥା ବିଷୟରେ |

1-କ୍ଷୀର :-ଆପଣ ଶନିବାର ଦିନ କ୍ଷୀର କିମ୍ବା କ୍ଷୀର ଜାତୀୟ କୌଣସି ଦ୍ରବ୍ୟ ଖାଇବା ଉଚିତ ନୁହଁ, ଯଦି ଆପଣ ତାହା ଖାଉଛନ୍ତି ତେବେ ଆପଣ ଶନିଦେବଙ୍କ କୋପର ସ୍ୱୀକାର ହେବେ |ତାହା ସହିତ ଜୀବନରେ ବହୁତ ଦୁଃଖ କଷ୍ଟ ପାଇବେ, ଯଦି ଆପଣ ଏହି ଦିନ କ୍ଷୀର କିମ୍ବା କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ କିଛି ଖାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ସେଥିରେ ଗୁଡ଼ କିମ୍ବା ମହୁ ମିଶାଇ ଖାଆନ୍ତୁ ମିଶାଇ ପିଅନ୍ତୁ |

2-ଆମ୍ବ ଆଚାର :-ଶନିବାର ଦିନ ଆପଣ ଯେକୌଣସି ଆଚାର ଖାଇଲେ କୌଣସି କ୍ଷତି ହୋଇନଥାଏ ଯଦି ଆପଣ ଏହି ଦିନ ଆମ୍ବ ଆଚାର ଖାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ତାହା ବହୁତ କ୍ଷତି କାରକ ହୋଇଥାଏ |ଶନିଦେବଙ୍କ ଖରାପ ଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ପଡିପାରେ ତେଣୁ ଆପଣ ଏହି ଶନିବାର ଦିନ ଭୁଲରେ ବି ଆମ୍ବ କିମ୍ବା ପଣସ ଆଚାର ଖାଆନ୍ତୁ ନାହିଁ |

3-ନାଲି ଲଙ୍କା :-ଏହି ନାଲି ଲଙ୍କା ଶନିଦେବଙ୍କ ପ୍ରିୟ ଦ୍ରବ୍ୟ ହୋଇନଥାଏ,ଆପଣ ଶନିବାର ଦିନ ଯେ କୌଣସି ରଙ୍ଗର ଲଙ୍କା ଖାଇ ପାରିବେ ମାତ୍ର ଏହି ଦିନ ଆପଣ ନାଲି ଲଙ୍କା ଖାଆନ୍ତୁ ନାହିଁ |କାରଣ ଏହି ଲଙ୍କା ଖାଇବା ଦ୍ଵାରା ଶନିଦେବଙ୍କ କ୍ରୋଧର ସ୍ୱୀକାର ହେବା ସହିତ ସର୍ବଦା ବହୁତ କଷ୍ଟରେ ରହିଥାନ୍ତି |ତେଣୁ ଆପଣ ଏପରି ଭୁଲ କରନ୍ତୁ ନାହିଁ |

4-ମଶୁର ଡାଲି :-ଆପଣ ଶନିଦେବଙ୍କ ପ୍ରିୟ ହେବା ପାଇଁ ଶନିବାର ଦିନ ମଶୁର ଡାଲି ଖାଆନ୍ତୁ ନାହିଁ, ଏହି ଦିନ ଆପଣ ଯେ କୌଣସି ଡାଲି ଜାତୀୟ ଦ୍ରବ୍ୟ ଖାଇ ପାରିବେ ମାତ୍ର କେବେ ମଶୁର ଡାଲି ଖାଇବେ ନାହିଁ |ଏହି କଥା ମାନିବା ଦ୍ଵାରା ଆପଣଙ୍କ ଉପରେ ଶନିଦେବ ସର୍ବଦା ପ୍ରସନ୍ନ ରୁହନ୍ତି |

5-ନିଶା ଦ୍ରବ୍ୟ :-ଶନିଦେବଙ୍କ ପ୍ରିୟ ବାର ଶନିବାର ଦିନ ଆପଣ କେବେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ |ଏହା ସହିତ ଆପଣ ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହୁଅନ୍ତି ତେଣୁ ଆପଣ ଏପରି ଭୁଲ କରନ୍ତୁ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button