ନୀତି

ସଞ୍ଜୟ ଜେଲରେ ଥିବା ବେଳେ ପୁଲିସ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ଖୋଲାଖୋଲି ଆଲେଚନା କଲେ ମିରାନ – Utkal Mail


ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଓ ସଫଳ ଅଭିନେତାଙ୍କ ତାଲିକାରେ ସଞ୍ଜୟ ଦତ୍ତଙ୍କ ନାମ ରହିଛି। ସିନେମାରେ ଦର୍ଶକ ତାଙ୍କ ଅଭିନୟକୁ ଯେତିକି ପସନ୍ଦ କରନ୍ତି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବି ସେତିକି ଚର୍ଚ୍ଚାରେ ରହିଥାଏ।

୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣକୁ କେନ୍ଦ୍ରକରି ସଞ୍ଜୟ ନିଜ ପାଖରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ଜେଲ ବି ହୋଇଥିଲା। ଏହି ସମୟ ଅଭିନେତାଙ୍କ ଜୀବନର ସବୁଠାରୁ କଷ୍ଟ ସମୟ ଥିଲା ବୋଲି କୁହାଯାଉଛି।

ସଞ୍ଜୟଙ୍କୁ ଦଣ୍ଡ ସମୟରେ ମିରାନ ଚଡ୍ଡା ପୁଲିସ ନିର୍ଦ୍ଦେଶକ ଥିଲେ। ନିକଟରେ ମିରାନ ଜେଲରେ ସଞ୍ଜୟ ଥିବା ବେଳେ ପୁଲିସ ବିରୋଧରେ ହୋଇଥିବା ଅଭିଯୋଗକୁ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।

ମିରାନ କହିଛନ୍ତି, ‘ସଞ୍ଜୟ ଜେଲରେ ଥିବା ବ‌େଳେ ପୁଲିସ ପ୍ରଶାସନ ବିରୋଧରେ ଅଭିଯୋଗ ହୋଇଥିଲା କି ଅଭିନେତାଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଅନ୍ୟ ବନ୍ଦୀମାନଙ୍କୁ ଆମେ ଯେମିତି ଦେଖୁଥିଲୁ ସଞ୍ଜୟଙ୍କୁ ବି ସମାନ ନଜରରେ ଦେଖାଯାଉଥିଲା। ଜେଲରେ ବନ୍ଦୀଥିବା ବେଳେ ସଞ୍ଜୟଙ୍କ ବ୍ୟବହାର ଭଲ ଥିଲା। କାରଣ ତାଙ୍କର ପ୍ୟାରୋଲ ଅଭିନେତାଙ୍କ ବ୍ୟବହାର ଉପରେ ନିର୍ଭର ଥିଲା।

ସଞ୍ଜୟଙ୍କୁ ଜେଲରେ ଆମେ ଘର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମୁଁ କହିବି ବିଚାରପତି ତାଙ୍କୁ ଏହି ଆଦେଶ ଦେଇଥିଲେ। ତେବେ ଏହି ଆଦେଶ ଭୁଲ ଥିବା ନେଇ ଆମେ ସ୍ବର ବି ଉଠାଇଥିଲୁ।

ସଞ୍ଜୟଙ୍କୁ ଆମେ ଯେତେବେଳେ ଗୋଟିଏ ଜେଲରୁ  ଅନ୍ୟ ଜେଲକୁ ନେଇଥାଉ ତାଙ୍କ ମନରେ ସର୍ବଦା ମୃତ୍ୟୁର ଭୟ ଥାଏ। ଯେମିତି କି ତାଙ୍କ ଉପରେ କିଏ ନଜର ରଖୁଛି, ଆଉ କୌଣସି ମୁହୂର୍ତ୍ତରେ ତାଙ୍କୁ ଏନକାଉଣ୍ଟର ବି କରିପାରେ। ଏବିଷୟରେ ସଞ୍ଜୟ ଆମ ସହିତ ଆଲୋଚନା କରିବା ପାଇଁ ଆମେ ତାଙ୍କୁ ବୁଝାଇଥିଲୁ। ଏଭଳି ଚିନ୍ତା ମନରୁ ବ‌ାହାର କରିବାକୁ ପରାମର୍ଶ ବି ଦେଇଥିଲୁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button