ଓଡିଶା

ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍‌ ନମ୍ବର ଲିଙ୍କ୍ ଆଧାର ସର୍ତ୍ତ, ଜାଣନ୍ତୁ ଲିଙ୍କ୍ ନକଲେ କଣ ହେବ

ଓଡିଶା ସରକାର ଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍‌ ନମ୍ବର ସଂଯୁକ୍ତ ଆଧାର ସର୍ତ୍ତ, ବିଭିନ୍ନ ସ୍ଥାନରୁ ଆସୁଛି ଠେଲାପେଲା ଓ ଦଳାଚକଟା ଖବର ‘ସୁଭଦ୍ରା’ ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। ଜନସେବା କେନ୍ଦ୍ର, ବ୍ୟାଙ୍କ ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼। ରାତିରୁ ଲୋକମାନେ ଆସି ଚପଲ, ପଥର ଥୋଇ ଧାଡ଼ି ବାନ୍ଧୁଛନ୍ତି।

ବିଶେଷକରି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍‌ରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ମହିଳା ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଛନ୍ତି। ଏପରିକି କିଛି ମହିଳାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଏହି ନିୟମକୁ ନେଇ ମହିଳାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଚଳିତ ମାସ ୧୭ ତାରିଖରେ ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୪ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ ହୋଇ ପାରିବ କି ନାହିଁ ତାକୁ ନେଇ ସାଧାଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ଓ ମୋବାଇଲ ନମ୍ବର ସୁଭଦ୍ରା ଯୋଜନା ପାଇଁ ଅନିବାର୍ଯ୍ୟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧାର ସହ ମୋବାଇଲ୍‌ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି।

Subhadra jojana

ମାତ୍ର ଅନେକ ମହିଳାଙ୍କର ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। କିଛି ଗରିବ ଲୋକମାନଙ୍କର ମୋବାଇଲ ନମ୍ବର ନାହିଁ, ଆଉ କିଛି ମହିଳା ଆଧାର ଓ ମୋବାଇଲ ସଂଯୋଗ ଅବହେଳା ଯୋଗୁଁ କରି ନାହାନ୍ତି । ଯାହାକୁ ନେଇ ସମସ୍ୟା ବୃଦ୍ଧି ପାଇଛି। ଏହି ପ୍ରକ୍ରିୟା ଯୋଗୁଁ ମାତ୍ରାଧିକ ସମସ୍ୟା ଉପୁଜୁଥିବାରୁ କେବଳ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଲିଙ୍କ ବ୍ୟତୀତ ଏହି ନିୟମରେ କୋହଳ କରାଯାଉ ବୋଲି ଅନେକ ମହିଳାଙ୍କ ଦାବି କରାଯାଉଛି।

ତେବେ ଏହାରି ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ ଓ ପଂଜୀକରଣ କରାଯାଇପାରିବ। ତଦନୁଯାୟୀ ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ।

କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି ସେଥି ପ୍ରତି ସଜାଗ ରହିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ସନ୍ଦେହମୋଚନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର-୧୪୬୭୮ ଜାରି କରାଯାଇଛି। ଏହା ସତ୍ତେ୍ୱ ଆଧାର-ମୋବାଇଲ୍‌ ସଂଯୋଗୀକରଣ ଏବଂ ଫର୍ମ ଦାଖଲର ଶେଷ ତାରିଖ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାର ଲକ୍ଷ୍ୟ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button