ଯେଉଁ ଘରର ପୂଜା ଘରେ ଏହି 3ଟି ଜିନିଷ ଥାଏ ସେହି ଘରେ କେବେବି ଧନର ଅଭାବ ରହେ ନାହିଁ, ଦେଖନ୍ତୁ ଆପଣଙ୍କ ଘରେ ଏହି ଜିନିଷ ଅଛି ନା ନାହିଁ

ନମସ୍କାର ବନ୍ଧୁଗଣ । ପ୍ରାୟତ ସମସ୍ତଙ୍କ ଘରେ ଇଶ୍ଵରଙ୍କୁ ପୂଜା କରିବାର ବିଶେଷ ପୂଜା ଘର ରହିଥାଏ ଯାହାକୁ ଆମେ ଠାକୁରଙ୍କ ଘର କହିଥାଉ । ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁସାରେ ଇଶ୍ଵରଙ୍କ ପାଇଁ ଯେଉଁ ଘର କରାଯାଇଥାଏ । ସେଠାରେ ସବୁଦିନ ପୂଜା କରିବା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ଏବଂ ଘରେ ଠାକୁରଙ୍କ ଘର ରହିଥିବା ହେତୁ ନକାରାତ୍ମକ ଶକ୍ତି ସହଜରେ ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ।
ଯେଉଁ ଘରେ ଇଶ୍ଵରଙ୍କ ପୂଜା, ଆରାଧନା ହୁଏ ନାହିଁ ସେହି ଘରକୁ ଭୂତପ୍ରେତ ମାନେ ରହିବାକୁ ଇଛା କରନ୍ତି । ମାତ୍ର ଯେଉଁ ଘରେ ନିତ୍ୟପୂଜା ଆରାଧନା ହୁଏ ଇଶ୍ଵର ସର୍ବଦା ସେହି ଘରେ ବାସ କରିଥାନ୍ତି ଓ ସେ ଘରେ କୋଣସି ଅଭାବ ରହିନଥାଏ । ଶାସ୍ତ୍ରରେ ପୂଜାଘର କୁ ନେଇ ଅନେକ ବିଷୟ ବର୍ଣ୍ଣନା କରାଯାଇଛି । କୁହାଯାଏ ମଣିଷକୁ ଭଗବାନ 24 ଘଣ୍ଟା ସମୟ ଦେଇଥାନ୍ତି ସେଥି ମଧ୍ୟରୁ ଯଦି ମଣିଷ ଅଳ୍ପ ସମୟ ବି ଇଶ୍ଵରଙ୍କୁ ଦିଏ ତେବେ ଇଶ୍ଵର ତାହା ପ୍ରତି ପ୍ରସନ୍ନ ହୋଇଥାନ୍ତି ଏବଂ ତାହା ଘରକୁ ଆସିଥାନ୍ତି ।
ତେବେ ଆପଣମାନେ ବି ଯଦି ଇଶ୍ଵରଙ୍କ ଉପସ୍ଥିତିକୁ ଆପଣମାନଙ୍କ ଘରେ ଚାହାନ୍ତି ତେବେ ସବୁ ଦିନ ଆପଣଙ୍କ କାମରୁ କିଛି ବାହାର କରି ଇଶ୍ଵରଙ୍କର ପୂଜା କରିବା ଉଚିତ୍ ହୋଇଥାଏ ଓ ଆପଣ ପକ୍ଷେ ତାହା ମଙ୍ଗଳ ସାଧନ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ପୂଜା ଘରେ କେଉଁ ସବୁ ଜିନିଷ ରହିବା ଉଚିତ୍ ଓ ଅନୁଚିତ୍ ତହି ସମ୍ବନ୍ଧରେ କିଛି ବିଷୟ କହିବାକୁ ଚାହୁଛି । ପୂଜା ଘରେ ଦୁଇ ତିନୋଟି ଫୋଟ ରଖିବା ଉଚିତ୍ ହୋଇଥାଏ ।