ଓଡିଶା

ଘାଟି ନିକଟରେ ବସ୍‌ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଗଲେ ଯାତ୍ରୀ

ଭୁବନେଶ୍ୱରରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳକୁ ଯାଉଥିବା ଏକ ସରକାରୀ ବସ୍ ଗତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ସୀମାନ୍ତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଝରଝରୀ ଘାଟି ନିକଟରେ ଘଟିଛି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ।

ବସ୍ଟି ଯାତ୍ରୀଙ୍କୁ ଧରି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ଝରଝରୀ ଘାଟି ନିକଟରେ ହଠାତ୍ ବସ୍ର ଏକ୍ସେଲ ଭାଙ୍ଗି ଯାଇଥିଲା। ମାତ୍ର ଡ୍ରାଇଭରଜଣକ ତୁରନ୍ତ ବସ୍ଟିକୁ ନିୟନ୍ତ୍ରୀତ କରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମାତ୍ର ସେମାନେ ଭୟଭୀତ ହୋଇ ଯାଇଥିବାରୁ ଗାଡ଼ି ବାହାରକୁ ଆସି ରାତି ସାରା ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା।

ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଅନ୍ୟ କୌଣସି ବିକଳ୍ପ ଯାତାୟତ ବ୍ୟବସ୍ଥା ହୋଇ ନ ପାରିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ସେମାନେ ଟଙ୍କା ଫେରସ୍ତ ପାଇଁ ଦାବି କରୁଥିବା ବେଳେ ଅନଲାଇନ୍ ପେମେଣ୍ଟ ହେତୁ କଣ୍ଡକ୍ଟରଜଣକ ଟଙ୍କା ଫେରସ୍ତ ନିମନ୍ତେ ନିଜ ଅକ୍ଷମତା ପ୍ରକାଶ କରୁଛନ୍ତି।

ମାତ୍ର ଶେଷରେ ଯାତ୍ରୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଗାଡ଼ି ମାଲିକ ଅନ୍ୟ ଏକ ଗାଡ଼ି ମଗାଇଥିବା ଜଣାଯାଇଛି। ଉକ୍ତ ଗାଡ଼ିରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବେ।

ତେବେ ଗାଡ଼ିର ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏକ୍ସେଲ ଭାଙ୍ଗି ଯାଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button