ଦେଶ ବିଦେଶ

ଭାରତ ବିରୋଧୀ ପାକ୍‌ ଟିପ୍ପଣୀକାରଙ୍କୁ ନ ଡାକିବାକୁ ଏନ୍‌ବିଡିଏର ପରାମର୍ଶ

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଏକାଧିକ କୂଟନୈତିକ ଓ ଅର୍ଥନୈତିକ କଟକଣା ଲଗାଇଛି। ଏହି କ୍ରମରେ ଦେଶର ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସଂଘ- ନିଉଜ୍‌ ବ୍ରଡ୍‌କାଷ୍ଟର୍ସ ଆଣ୍ଡ୍‌ ଡିଜିଟାଲ୍‌ ଆସୋସିଏସନ୍‌ (ଏନ୍‌ବିଡିଏ) ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ‌ଟେଲିଭିଜନ, ପଡକାଷ୍ଟ ଆଦିରେ କୌଣସି ଭାରତ ବିରୋଧୀ ପାକିସ୍ତାନୀ ଟିପ୍ପଣୀକାରଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦେଇଛି। ଏନେଇ ଏନ୍‌ଭିଡିଏର ଅଧ୍ୟକ୍ଷ ଦେଶର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଓ ଟେଲିଭିଜନ୍‌ ଚାନେଲର ସମ୍ପାଦକମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆପତ୍ତିକୁ ଉଲ୍ଲେଖ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button