ଧର୍ମ

Vastu Shastra- ମାର୍ଗଶିର ମାସ ଗୁରୁବାର ଦିନ ଯିଏ ବି ଏହି ସମୟରେ ଘରେ ଲଗାଏ ଝାଡୁ, ପ୍ରସନ୍ନ ହୁଅନ୍ତି ମା’ ଲକ୍ଷ୍ମୀ, ଧନ ଦୌଲତରେ ଭରିଯାଏ ଭଣ୍ଡାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା କିଏ ବା ପାଇବାକୁ ଚାହୁଁନଥିବ, ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ତାକୁ ମାତା ଲକ୍ଷ୍ମୀ ଙ୍କ କୃପା ମିଳୁ । ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏହି ସମୟରେ ଘରେ ଝାଡୁ ଲଗାଇ ଥାଏ ତେବେ ତା ଘରେ ଧନ ଦୌଲତ ଏବଂ ସୁଖ ଶାନ୍ତି ଆସିଥାଏ । ଶାସ୍ତ୍ର ରେ ଲେଖା ହୋଇଛି ଯେ, ମାର୍ଗଶିର ମାସ ସମୟରେ ମାତା ଲକ୍ଷ୍ମୀ ସ୍ୱୟଂ ବସୁଧାରେ ବାସ କରନ୍ତି ।

ଯଦି କେହି ଏହି ସମୟରେ କୌଣସି ବ୍ୟକ୍ତି ନିଜ ଘରେ ଝାଡୁ ଲଗାନ୍ତି ତେବେ ତାଙ୍କ ଘରେ ଧନ ର ବର୍ଷା ହୋଇଥାଏ ଏବଂ ସୁଖ ଶାନ୍ତି ର ଆଗମନ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ, ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କ ଦ୍ଵିତୀୟ ରୂପ । ତେଣୁ ଏହି ସମୟରେ ଯିଏ ନିଜ ଘରେ ଝାଡୁ ଲଗାଇଥାଏ ମାତା ଲକ୍ଷ୍ମୀ ନିଶ୍ଚିତ ତାଙ୍କ ଘରେ ପ୍ରଵେଶ କରିଥାନ୍ତି ।

 

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ତାହା ଆପଣଙ୍କ ପାଇଁ ଅତି ଆଵଶ୍ୟକ । ପ୍ରଥମେ ତ ଆମେ ଆପଣଙ୍କୁ କହିବୁ ଯେ କେଉଁ ସମୟରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀ କୃପା କରିଥାନ୍ତି ଏବଂ ଦ୍ବିତୀୟରେ ଝାଡୁ କୁ କେଉଁ ସମୟରେ ଲଗାଇବା ଉଚିତ କଥା ନୁହେଁ ।

୧.ବନ୍ଧୁଗଣ ଏମିତି ମନା ଯାଇଥାଏ କି ସକାଳ ସମୟ ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ ଏବଂ ଏହି ସମୟରେ ଦେବତା ମାନେ ସ୍ୱୟଂ ପୃଥିବୀ ପୃଷ୍ଠ ରେ ବାସ କରନ୍ତି । ସକାଳ ସମୟ ତଥା ଭୋର ୫ଟା ରୁ ନେଇ ସକାଳ ୭ଟା ପର୍ଯ୍ୟନ୍ତ ବ୍ରହ୍ମ ସମୟ ହୋଇଥାଏ । ଏହି ସମୟରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଲାଗି ରହିଥାଏ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଗାଁ ରେ ଲୋକମାନେ ଭୋରୁ ଉଠି ନିଜର ନିତ୍ୟକର୍ମ ସାରି ଘର ସଫା କରି ଦେଇଥାନ୍ତି । ସେଥିପାଇଁ ଗାଁ ରେ ସର୍ବଦା ସୁଖ ଶାନ୍ତି ଥାଏ ।

 

ସବୁ ସମସ୍ୟା ତ ସହର ଲୋକଙ୍କ ହୋଇଥାଏ । କାରଣ ସେମାନେ ଠିକ ସମୟରେ ଉଠି ନଥାନ୍ତି ଏବଂ ଯାହା ଦ୍ୱାରା ଘର ସଫା ମଧ୍ୟ କରିନଥାନ୍ତି । ତେଣୁ ମାତା ଲକ୍ଷ୍ମୀ ତାଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି ଏବଂ ସେମାନଙ୍କ ଘରେ ଦୁଃଖ ଏବଂ ଦାରିଦ୍ର୍ୟତା ଲାଗି ରହିଥାଏ ।

୨. ବନ୍ଧୁଗଣ ଆପଣ ଯଦି ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଉଛନ୍ତି ତେବେ ଆପଣ ନିଜ ସହ ନିଜ ପରିବାର ପାଇଁ ମଧ୍ୟ ସମସ୍ୟା ଏବଂ ଦୁଃଖ କୁ ଆମନ୍ତ୍ରଣ କରୁଛନ୍ତି । ଏହି ସମୟ ଘର ସଫା କରିବା ନିମନ୍ତେ ଅନୁକୂଳ ହୋଇନଥାଏ । ଏହି ସମୟ ରେ ଝାଡୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

୩.ବନ୍ଧୁଗଣ କିଛି ବ୍ୟକ୍ତି ସ୍ୱପ୍ନ ରେ ନୂଆ ଝାଡୁ ଧରି ଘର ସଫା କରିବାର ଦେଖିଥାନ୍ତି । ତେବେ ଏହାର ଅର୍ଥ ହେଉଛି ଯେ, ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏହା ସହିତ ଧନ କୃପା ମଧ୍ୟ କରିଥାନ୍ତି ।

୪.ବନ୍ଧୁଗଣ ଯଦି ଆପଣ ମାନଙ୍କର ଝାଡୁ ଓଲଟା ରଖିବାର ଅଭ୍ୟାସ ରହିଛି ତେବେ ତାହା କରନ୍ତୁ ନାହିଁ । ଝାଡୁ ସିଧା କରି ରଖିଲେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button