ଭାରତର ଏହି ଗାଁ କୁ ଗର୍ଭବତୀ ହେବାକୁ ଆସନ୍ତି ସହ ସହ ବିଦେଶୀ ମହିଳା, କାରଣ ଜାଣିଲେ ତାଯୁବ ହେବେ ଆପଣ

କଣ ଆପଣ ଜାଣନ୍ତି କି ଭାରତରେ ଏମିତି ଏକ ଗାଆଁ ଅଛି ଯେଉଁଠାକୁ ବିଦେଶରୁ ମହିଳା ଆସନ୍ତି ଗର୍ଭବତୀ ହେବା ପାଇଁ ଏବଂ ପରେ ନିଜ ଦେଶକୁ ପୁଣି ଫେରି ଯାଆନ୍ତି । ଆଜ୍ଞା ହଁ , କଥାଟି ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ , ମାତ୍ର କଥାଟି ସତ ।
ଏପରି ଏକ ଗାଆଁ ରହିଛି ଲଦାଖରେ । ଏହି ଗ୍ରାମର ସବୁଠାରୁ ଆକର୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଏଠାରେ ବାସ କରୁଥିବା ପୁରୁଷ । ଯେଉଁ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ବିଦେଶୀ ମହିଳା ମାନେ ।

ଜାଣନ୍ତୁ ଏହା ପଛର କାରଣ……
କାର୍ଗିଲ ଠାରୁ ୭୦ କିମି ଦୂରରେ ଆର୍ଯ୍ୟ ଭ୍ୟାଲି ଅବସ୍ଥିତ ରହିଛି । ଇତିହାସ ଅନୁସାରେ ଯେବେ ଦ ଗ୍ରେଟ ଆଲେକଜାଣ୍ଡାର ଭାରତରୁ ପରାଜୟ ହୋଇ ଫେରୁଥିଲେ ସେତେବେଳେ ତାଙ୍କର କିଛି ସୈନ୍ୟ ଏହି ସ୍ଥାନର ସୁନ୍ଦରତାକୁ ଦେଖି ସେଠାରେ ରହି ଯାଇଥିଲେ ।
ସେବେ ଠାରୁ ଏହି ସ୍ଥାନର ନାମ ଆର୍ଯ୍ୟ ଉପତ୍ୟକା ରଖା ଯାଇଥିଲା ଏବଂ ଏହି ଜନଜାତିଙ୍କୁ ବ୍ରୋଲେପା ବୋଲି କୁହାଯାଏ । ଏମାନଙ୍କୁ ଆଲେକଜାଣ୍ଡାରଙ୍କ ବଂଶ ଧର ବୋଲି ମଧ୍ୟ କୁହାଯାଏ । ଆଲେକଜାଣ୍ଡାରଙ୍କ ଭଳି ସନ୍ତାନ ପାଇବା ପାଇଁ ବିଦେଶୀ ତଥା ବିଶେଷ ଭାବେ ୟୁରୋପୀୟ ମହିଳା ମାନେ ଏଠାକୁ ଆସିଥାନ୍ତି ।



