ଦେଶ ବିଦେଶ

ଆସାମ-ମେଘାଳୟ ସୀମା ବିବାଦ: ହିଂସାର ୬ ଦିନ ପରେ ଯାନବାହନ ଚଳାଚଳ କଟକଣା ହଟିଲା

ଗୁଆହାଟି: ମେଘାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସାମାନ୍ୟ ସୁଧାର ପରେ ଆସାମ ପୋଲିସ ଯାନବାହନ ଚଳାଚଳ ଉପରେ ଥିବା କଟକଣା ହଟାଇଛି । ସମସ୍ତ ଯାନବାହାନକୁ ମେଘାଳୟରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଗୁଆହାଟି ଡିସିପି ସୁଧାକର ସିଂ ଏହି ସୂଚନା ଦେଇଛନ୍ତି ।

ଆସାମ-ମେଘାଳୟ ସୀମାର ବିବାଦୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯିବା ସହ ଧାରା ୧୪୪ ଲାଗୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଆସାମ-ମେଘାଳୟ ସୀମାରେ ହିଂସାତ୍ମକ ସଂଘର୍ଷ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର କ୍ରମାଗତ ଷଷ୍ଠ ଦିନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଯାତ୍ରା କଟକଣା ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ମଙ୍ଗଳବାର ଘଟିଥିବା ଉକ୍ତ ଘଟଣା ପରେ ଆସାମ ପୋଲିସ ଲୋକଙ୍କୁ ପଡୋଶୀ ରାଜ୍ୟକୁ ଯାତ୍ରା ନ କରିବାକୁ କହିଛି ।

ତେବେ ଟ୍ରକ୍, ଲଗେଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଯାନ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ବୋଲି ଅଧିକାରୀ କହିଛନ୍ତି। ହିଂସା ଘଟିଥିବା ସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଧାରା ୧୪୪ ଅନୁଯାୟୀ କଟକଣା ବଳବତ୍ତର ରହିଛି |

ଆସାମର ବନ କର୍ମଚାରୀମାନେ ବେଆଇନ ଭାବେ କାଠ ଚାଲାଣ କରୁଥିବା ଏକ ଟ୍ରକକୁ ଅଟକାଇବା ପରେ ମଙ୍ଗଳବାର ସକାଳେ ପଶ୍ଚିମ କରବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ ସୀମା ନିକଟସ୍ଥ ମୁକ୍ରୋ ଗ୍ରାମରେ ହିଂସାକାଣ୍ଡ ଘଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button