ସ୍ୱାସ୍ଥ୍ୟ

ଭାଙ୍ଗି ଯାଇଥିବା ହାଡ ବି ଯୋଡି ହୋଇଯିବ, 70 ବର୍ଷରେ ବି 25 ଭଳି ରହିବ ଚୁସ୍ତି ଓ ଫୁର୍ତ୍ତି…. ବାସ ଖାଆନ୍ତୁ ଏହି 1 ଜିନିଷ

ଆଜି ଆମେ ଆପଣ ମାନଙ୍କୁ ପୁରୁଷ ବା ମହିଳାଙ୍କ ଠାରେ ହେଉଥିବା ଆଁଠୁ ଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ ବା ହାତ, ଗୋଡରେ ଯନ୍ତ୍ରଣା ହେଉଥିବ ତାହାର ନିବାରଣ ପାଇଁ କଣ ରହିଛି ଘରୋଇ ନୁସଖା ସେହି ବିଷୟରେ କହିବାକୁ ଯାଉଛୁ । ଏହା ଛଡା ମହିଳା ବା ପୁରୁଷଙ୍କ ଠାରେ ତାକତ କମ ହୋଇଥାଏ ତାହାର ନିବାରଣ ପାଇଁ କଣ କରିବା ଉଚିତ ସେହି ବିଷୟରେ ମଧ୍ୟ କହିବାକୁ ଯାଉଛୁ । ଏଥିପାଇଁ କଶ୍ମିରୀ ଅଖରୋଟର ଆବଶ୍ୟକତା ରହିଛି ଯେଉଁଥିରେ ଓମେଗା-୩ ଭରପୁର ମାତ୍ରାରେ ରହିଛି ।

ଅଖରୋଟ ବ୍ୟତିତ ଅନ୍ୟ ସାମଗ୍ରୀ ହେଉଛି ଧଳା ରାଶି ଯେଉଁଥିରେ ଭରପୁର କ୍ୟାଲସିୟମ ରହିଛି । ଯେଉଁ ମାନେ ସୂର୍ଯ୍ୟ କିରଣ ଦ୍ଵାରା ମିଳୁଥିବା ଭିଟାମିନ-ଡିର କମି ଥାଏ ସେମାନଙ୍କ ଠାରେ ବୟସ ଅନୁଯାୟୀ ଆଁଠୁ ଗଣ୍ଠି ସମସ୍ଯା ଦେଖାଯାଏ । ଏହାର ନିବାରଣ ପାଇଁ ଆମ ଶରୀରରେ ଭିଟାମିନ ଓ କ୍ୟାଲସିୟମ ଅଧିକ ରହିବା ଆବଶ୍ୟକ । ଆଜିକାଲି ଯୁବପିଢିଙ୍କ ଠାରେ ଏହି ସମସ୍ଯା ଦେଖା ଗଲାଣି ।

ଏହାର ନିବାରଣ ପାଇଁ ଦେଶୀ କ୍ଷୀର ସହ ଅଧ ଚାମଚ ଧଳା ରାଶି ପକାଇ ସେବନ କରିବା ଉଚିତ । ଯଦି ଖରା ଦିନ ହୋଇଥାଏ ତେବେ ରାତିରେ ଗୋଟେ ଅଖରୋଟକୁ ଭାଙ୍ଗି ପାଣିରେ ଭିଜାଇବା ଉଚିତ । ଯଦି ଶୀତ ଦିନ ହୋଇଥାଏ ତେବେ ବିନା ପାଣିରେ ଅଖରୋଟ ଖାଇ ପାରିବେ । ଅଖରୋଟରେ ଭିଟାମିନ୍ସ, ମିନେରାଲ୍ସ ଅଧିକ ଥିବାରୁ ଏହା ବହୁତ ଗରମ ହୋଇଥାଏ ।

ପାଣିରେ ଭିଜା ଯାଇଥିବା ଅଖରୋଟକୁ ସକାଳେ କ୍ଷୀରରେ ମିଶାଇ ସେବନ କରିବା ଦ୍ଵାରା ଗଜବ ପ୍ରକାର ଫାଇଦା ଆମ ଶରୀରକୁ ହୋଇଥାଏ । ଏହାକୁ ସପ୍ତାହକୁ ୩ ଥର କରିବା ଉଚିତ । ଏହା ଦ୍ଵାରା ଆଁଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହା ଛଡା ଅଶ୍ଵଗନ୍ଧା ଚୁରନ, ଅଳ୍ପ ମାତ୍ରାରେ ଅଖରୋଟ ସହ ଅଧ ଚାମଚ ରାଶି ଓ ସତ୍ଵଗନ୍ଧା ଚୁରନର ମିଶ୍ରଣ କରିଲେ ପୁରୁଷଙ୍କ ଠାରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ ।

ଯଦି ଶରୀର ରେ ଫୁର୍ତ୍ତି ନ ଥାଏ ବା ଶରୀର କମଜୋର ହୋଇଥାଏ ବା ଚେହେରା ରେ ଚମକ ନ ଥାଏ ତେବେ ଗୋଟିଏ ଅଖରୋଟ କୁ ରାତିରେ ପାଣିରେ ଭିଯାଇ ଏହା ସହ ଅଧ ଚାମଚ ରାଶି ଓ ମହୁ ମିଶାଇ ସେବନ କରିଲେ ଏହି ସମସ୍ଯାର ସମାଧାନ ହୋଇଥାଏ ।

ଏହାକୁ ଆପଣ ମାନେ ପ୍ରତି ଦିନ ବ୍ୟବହାର କରି ପାରିବେ । କିନ୍ତୁ ଏହାର ସେବନ କରିବା ପୂର୍ବ ରୁ ବ୍ୟାୟାମ ବା ଯୋଗ କରି ସରି କରିବା ଉଚିତ । ଯଦି ପାଣି ରେ ଅଖରୋଟ ଭିଯାଇ ରଖାଯାଏ ତେବେ ଏହାର ଗରମ ବାହାରି ଆସିଥାଏ କାରଣ ଏହା ଅଧିକ ମାତ୍ରା ରେ ସେବନ କରିଲେ ଶରୀର ଗରମ ହୋଇଥାଏ ।

ତେବେ ଏହା ଥିଲା ଅଖରୋଟ ର କିପରି ଭାବେ ସେବନ କରିଲେ ଆଁଠୁ ଗଣ୍ଠି ଯନ୍ତ୍ରଣା ଦୂର ହେବା ସହ ଶରୀର ରେ ତାକତ ଓ ଫୁର୍ତ୍ତି ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button