ଦେଶ ବିଦେଶ

ଅନୀଲ ଦେଶମୁଖଙ୍କ ଜାମିନ ମାମଲା: ସିବିଆଇ ନିରାଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଆଶ୍ବସ୍ତି। ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଜାମିନକୁ ବଳବତ୍ତର ରଖି ସୁପ୍ରିମକୋର୍ଟ ସିବିଆଇ ଯାଚିକାକୁ ଖାରଜ କରି ଦେଇଛନ୍ତି। ଦେଶମୁଖଙ୍କୁ ୧୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲା ସିବିଆଇ।

୧୦୦ କୋଟି ବଟି ଆଦାୟ ଅଭିଯୋଗରେ ଜେଲରେ ଥିବା ଦେଶମୁଖଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ। କିନ୍ତୁ ଏହି ଜାମିନକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟରେ ଡିସେମ୍ବରରେ ଏକ ଯାଚିକା ଦାୟର କରି ଜାମିନକୁ ଖାରଜ କରିବାକୁ ଅପିଲ କରିଥିଲା। ମାମଲାରେ ୧୨ ଡିସେମ୍ବରକୁ ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ ଓ ସିବିଆଇକୁ ଜାମିନ ଆଦେଶ ବିରୋଧରେ ୧୦ ଦିନ ଭିତରେ ଅପିଲ କରିବାକୁ ମଧ୍ୟ କହିଥିଲେ।

ସୂଚନା ଯୋଗ୍ୟ, ମହାରାଷ୍ଟ୍ରର ଗୃହମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଥିବା ବେଳେ ଦେଶମୁଖ ମହାରାଷ୍ଟ୍ର ପୁଲିସକୁ ଲଗାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏହାର ତଦନ୍ତ କରି ଅନୀଲ ଦେଶମୁଖ ୧୦୦ କୋଟି ଟଙ୍କା ବଟି ଆଦାୟ କରିଥିବାର ପ୍ରମାଣ ହାସଲ କରିଥିଲା ଓ ଦେଶମୁଖଙ୍କୁ ଗିରଫ କରିଥିଲା।

ସିବିଆଇର ବିଶେଷ କୋର୍ଟ ଦେଶମୁଖଙ୍କୁ ଜେଲ ପଠାଇଦେଇଥିଲା। ସେ ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ମୁମ୍ବାଇର ବିଶେଷ ଅଦାଲତ ତାଙ୍କ ଜାମିନ ଖାରଜ କରିଆସୁଥିବା ବେଳେ ହାଇକୋର୍ଟରୁ ଗତ ୧୨ ଡିସେମ୍ବରରେ ଜାମିନ ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button