ମନୋରଞ୍ଜନ

୫୦ ବର୍ଷ ବୟସ ପାର୍‌ କରିବା ପରେ ବି ଯୁବା ଦିଶୁଛନ୍ତି ଭାଗ୍ୟଶ୍ରୀ: କେଶରେ ଲଗାନ୍ତି ଏହି ତେଲ – Utkal Mail


ମୁମ୍ବାଇ: ସୋସିଆଲ ମିଡିଆରେ ଖୁବ୍ ଅଧିକ ସକ୍ରିୟ ରହୁଥିବା ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରତିଦିନ ସ୍ୱାସ୍ଥ୍ୟ ଏବଂ ‌ସୌନ୍ଦର୍ଯ୍ୟ ସହ ଜଡିତ ନୂଆ ନୂଆ ଟିପ୍ସ ବାଣ୍ଟୁଥ‌ାନ୍ତି। ତାଙ୍କ ବୟସ ହୁଏତ ବର୍ତ୍ତମାନ ୫୪ ହୋଇଥାଇପାରେ; କିନ୍ତୁ ତାଙ୍କର ଫିଟନେସ୍, ଚମକୁଥିବା ଚର୍ମ ଏବଂ କଳା-ମୋଟା କେଶ ଦେଖି କିଏ କହିବେ ଯେ ସେ ୫୦ ବର୍ଷ ପାର୍‌ କରି ସାରିଲୋଣି!

ଏହି ବୟସରେ ମଧ୍ୟ ଭଗ୍ୟଶ୍ରୀ ନିଜ ସୌନ୍ଦର୍ଯ୍ୟକୁ ବହୁତ ଭଲ ଭାବରେ ବଜାୟ ରଖିଛନ୍ତି। ଏହି କାରଣରୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ସେ ଦେଉଥିବା ସମସ୍ତ ଟିପ୍ସକୁ ଏକ ଗ୍ରହଣ କରନ୍ତି ଓ କାମରେ ବି ଲଗାନ୍ତି।

ନିକଟରେ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ହେୟାର କେୟାର ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆଲ୍‌ମଣ୍ଡ୍‌ ଅଏଲ୍‌ରେ କେଶକୁ ଚମ୍ପି କରୁଥିବାର ନଜର ଆସିଛନ୍ତି। ଆଲମଣ୍ଡ୍‌ ଅଏଲ୍‌ ବ‌ା ବାଦାମ ତେଲରେ କେଉଁ ଗୁଣ ମିଳିଥାଏ ଏବଂ ସେ ଏହାକୁ କାହିଁକି ପ୍ରୟୋଗ କରନ୍ତି ସେ ସବୁ କଥ‌ା ଭିଡିଓରେ କହିଛନ୍ତି।

ଅଧିକାଂଶ ଲୋକମାନେ ସେମାନଙ୍କର କେଶରେ ନଡ଼ିଆ ତେଲ ଲଗାଇଥାନ୍ତି। ହେଲେ ଆପଣ ଯଦି ଭାଗ୍ୟଶ୍ରୀଙ୍କ ପରି ଘନ ଓ କଳା କେଶ ଚାହାନ୍ତି ତ ସେ ଦେଉଥିବା ପରାମର୍ଶକୁ ଗ୍ରହଣ କରନ୍ତୁ।

 

ପ୍ରଥମେ ତେଲ ଲଗାଇବା ପୂର୍ବରୁ କେଶ ଧୋଇ ଏହାକୁ ପାନିଆ ସାହାଯ୍ୟରେ ଅଲଗା କରନ୍ତୁ।
ତା’ପରେ ତେଲକୁ ହାଲୁକା ଗରମ କରନ୍ତୁ।
ସେହି ଅଳ୍ପ ଉଷୁମ ତେଲକୁ ନେଇ ଆଙ୍ଗୁଠି ସାହାଯ୍ୟରେ କେଶର ମୂଳରେ ଲଗାନ୍ତୁ।
ଶେଷରେ ଏକ ବଡ଼ ଦାନ୍ତଯୁକ୍ତ ପାନିଆ ନେଇ କେଶକୁ କୁଣ୍ଡାଇ ଦିଅନ୍ତି।
ତେଲ ଲଗାଇବାର ୧ ଘଣ୍ଟା ପରେ କେଶକୁ ସାମ୍ପୁରେ ଧୋଇଦିଅନ୍ତୁ।

ଆଲ୍‌ମଣ୍ଡ୍‌ ଅଏଲ୍‌ରେ ଭିଟାମିନ୍ ଇ ଏବଂ ପ୍ରୋଟିନ୍ ପରି ଉପାଦାନ ଥାଏ, ଯାହା କେଶର ଶକ୍ତି ବୃଦ୍ଧି କରିଥାଏ ଏବଂ ସେମାନଙ୍କୁ ସୁସ୍ଥ ରଖିଥାଏ। ପ୍ରତିଦିନ ଏହାକୁ ଲଗାଇବା ଦ୍ବାରା କେଶକୁ ସୁସ୍ଥ ରଖାଯାଇପାରେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button