ଦେଶ ବିଦେଶ

ମୁଁ କିଛି ହେବାକୁ ଆଶାୟୀ ନୁହେଁ; ମୋର କୌଣସି ଇଚ୍ଛା ନାହିଁ: ନୀତୀଶ କୁମାର – Utkal Mail


ନୂଆଦିଲ୍ଲୀ: ମୁଁ କିଛି ହେବାକୁ ଚାହୁଁ ନାହିଁ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନକୁ ଉଦ୍ଦେଶ୍ୟ କରି କହିଛନ୍ତି।

ଅର୍ଥାତ୍‌ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଶାୟୀ ନୁହନ୍ତି; ବିରୋଧୀ ଏକତା ସୁଦୃଢ଼ କରିବା ହେଉଛି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ମୁଁ କିଛି ହେବାକୁ ଆଶାୟୀ ନୁହେଁ (ପ୍ରଧାନମନ୍ତ୍ରୀ ପ୍ରାର୍ଥୀ)। ମୋର କୌଣସି ଇଚ୍ଛା ନାହିଁ। ମୁଁ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି।

ଉଲ୍ଲେଖଯୋଗ୍ୟ, ନୀତୀଶ କୁମାର ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ନୁହନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ଯେମିତି ‘ଇଣ୍ଡିଆ’ ମେଣ୍ଟ ସରକାର ଗଠନ କରେ ବୋଲି ରବିବାର ଦିନ ‘ଜନତା ଦଳ (ୟୁନାଇଟେଡ୍‌)’ ନେତା ଶ୍ରବଣ କୁମାର କହିବାର ଦିନକ ପରେ ନୀତୀଶ କୁମାର ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

ମୁମ୍ବାଇରେ ହେବାକୁ ଥିବା ଆଗାମୀ ବୈଠକରେ ଆହୁରି କେତେକ ଦଳ ‘ଇଣ୍ଡିଆ ବ୍ଲକ୍‌’ରେ ଯୋଗ ଦେବାର ସମ୍ଭାବନା ଅଛି ବୋଲି ମଧ୍ୟ ରବିବାର ଦିନ ଶ୍ରବଣ କୁମାର କହିଥିଲେ।

‘ବିଜେପି’କୁ ବିରୋଧ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ‘ଜେଡି(ୟୁ)’ ନେତା କହିଛନ୍ତି, ମୁମ୍ବାଇ ବୈଠକରେ ଆମେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣକୌଶଳ ବିଷୟରେ ଆଲୋଚନା କରିବୁ। ଆସନ ଭାଗବଣ୍ଟା ଓ ଅନ୍ୟାନ୍ୟ ‘ଆଜେଣ୍ଡା’ ମଧ୍ୟ ଉକ୍ତ ବୈଠକରେ ଚୂଡ଼ାନ୍ତ କରାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button