ଓଡିଶା

ଝାଡୁ ମାରି ଅଳିଆ ସଫା କରିଲେ ମୁଖ୍ୟମନ୍ତ୍ରୀ, ଭକ୍ତ ମାନଙ୍କୁ ଅନୁରୋଧ କରି କହିଲେ..

ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପୁରୀ ଏବେ ଉଠୁଛି ପଡୁଛି। ବହୁ ଲୋକଙ୍କର ସମାଗମ ଲାଗି ରହିଛି। ହଜାର ହଜାର ଶ୍ରଦ୍ଧାଳୁ ଏବେ ପୁରୀ ମୁହାଁ । ଜଗାର ସେଇ ଗୋଟିଏ ଝଲକ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି। ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ପୁରୀକୁ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରଥଯାତ୍ରା ପୂର୍ବରୁ ଆଜି ପୁରୀ ଶରଧାବାଲିରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ସ୍ଵଚ୍ଛ ଭାରତ ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡୁ ମାରି ମୁଖ୍ୟମନ୍ତ୍ରୀ ସଫେଇ କାର୍ଯ୍ୟ କରିଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ସାମିଲ ହେବା ସହ ଦଳର ଅନ୍ୟାନ ନେତା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ । ରଥଯାତ୍ରା ପୂର୍ବରୁ ସଫେଇ କରିବା ଏବଂ ପବିତ୍ର ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତାକାଲି ଘୋଷଯାତ୍ରା ଥିବାରୁ ପୁରୀକୁ ଲକ୍ଷାଧିକ ଲୋକ ଆସିବେ । ତେଣୁ ବ୍ୟାପକ ସଚେତନ ପାଇଁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା। ଶ୍ରଦ୍ଧାଳୁ ନିଜେ ଆଗ୍ରହର ସହ ପ୍ରଶାସନ ସହ ମିଶି ସ୍ଵଚ୍ଛତା ରଖିବା ଉଚିତ୍। ଏଣେ ତେଣେ ପ୍ଲାଷ୍ଟିକ ନଫିଙ୍ଗି ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରଶାସନକୁ ସାହାର୍ଯ୍ୟ କରିବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button