ମନୋରଞ୍ଜନ

ରାକ୍ଷୀ ନିଜ ମା’ଙ୍କ ମୃତ୍ୟୁ ହେବା ଦିନ ବିରିୟାନି ଖାଇଥିଲେ: ଆଦିଲ ଖାନ୍ ଦୁରାନୀ – Utkal Mail


ମୁମ୍ବାଇ: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ ଏବେ ଜେଲରୁ ବାହାରକୁ ବାହାରି ସାରିଛନ୍ତି। ପାରିବାରିକ ହିଂସା ସମେତ ରାକ୍ଷୀ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ବର୍ତ୍ତମାନ ସେ ବାହାରକୁ ଆସି ଅନେକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ରାକ୍ଷୀ ତାଙ୍କ ମା’ଙ୍କ ମୃତ୍ୟୁ ପରେ ବିରିୟାନି ଖାଇଥିଲେ ବୋଲି କହିଛନ୍ତି ଆଦିଲ।

ଆଦିଲଙ୍କ କହିବା ମୁତାବକ, ‘ଯେଉଁ ଦିନ ରାକ୍ଷୀଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା, ସେଦିନ ମୁଁ ଅନୁଭବ କଲି ଯେ, ରାକ୍ଷୀଙ୍କ ପ୍ରକୃତି କେତେ ଖରାପ। ତାଙ୍କ ମା’ଙ୍କ ମୃତ୍ୟୁ ହେବା ଦିନ ରାକ୍ଷୀ ବିରିୟାନି ଖାଇଥିଲେ। ସେ ଚିଲି ଚିକେନ୍, ମଟନ୍ ବିରିୟାନି ଏବଂ ଚିଙ୍ଗୁଡ଼ି କବାବ ଖାଉଥିବା ମୁଁ ଦେଖିଥିଲି। ରାକ୍ଷୀଙ୍କ ମା’ ଜଣେ ଭଲ ମହିଳା ଥିଲେ। ମା’ଙ୍କ ମୃତ୍ୟୁ ହେବା ଦିନ ଆମିଷ ଖାଇବା ସହ ଅନ୍ତିମସଂସ୍କାର କିଭଳି କରାଯିବ ତାହା ଜାଣିନଥିଲେ ରାକ୍ଷୀ। ମୁଁ ପଚାରିବାରୁ ସେ କହିଥିଲେ, ଜାନ୍ ତୁମକୁ ଯେମିତି ଆସୁଛି ସେମିତି ଅନ୍ତିମସଂସ୍କାର କରିଦିଅ।

ଆଦିଲ ଆହୁରି କହିଛନ୍ତି ଯେ, ରାକ୍ଷୀ ନମାଜ ପଢ଼ୁନଥିଲେ। ସେ କେବଳ ଭିଡିଓ ତିଆରି କରିବା ପାଇଁ ନମାଜ ପଢ଼ିବାର ଅଭିନୟ କରୁଥିଲେ। ମୁଁ ତାଙ୍କୁ ଅନେକ ଥର ବୁଝାଇଥିଲି ଯେ ଏଭଳି କରି ନମାଜର ଅପମାନ କରନାହିଁ। କିନ୍ତୁ ସେ ଶୁଣିଲେ ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button