ପୁଅ ନା ଝିଅ କିଏ ସବୁଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ? ଝିଅମାନେ କେଉଁ ବୟସରେ ରୋମାନ୍ସ କରିବାକୁ ଇଛା କରିଥାନ୍ତି ?

ମନୁଷ୍ୟ ଜୀବନର ସବୁଠାରୁ ରଙ୍ଗିନ ଅବସ୍ଥା ହେଉଛି ଯୌବନ ଅବସ୍ଥା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଏହି ବୟସରେ ସମସ୍ତଙ୍କୁ ଦେଖିଚାହିଁ ଚାଲିବାକୁ ପଡେ । ଏହି ବୟସ ଏମିତି ହୋଇଥାଏ ଯେ ଯେତେବେଳେ ଜୀବନର ମହତ୍ୱ ଆମେ ବୁଝିପାରୁ । ଏହି ସମୟରେ ଯିଏ ଯେତେ ଭଲ ଭାବେ ନିଜ ଲାଇଫକୁ ଏଞ୍ଜୟ କରିବାକୁ ଚାହିଁବ ସେ କରିପାରିବ । ଏହି ବୟସର ସ୍ମୃତି ସାରା ଜୀବନ ଆମ ସହ ରହିଥାଏ । କିନ୍ତୁ ଏମିତି କେଉଁ ବୟସ ଥାଏ ଯେତେବେଳେ ଝିଅ ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ?
ପ୍ରାୟତଃ ସବୁ ଝିଅ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ହେଲେ ସେମାନେ ନିଜର ଏହି ଭାବନାକୁ ସାଧାରଣତଃ ଅନ୍ୟ ନିକଟରେ ପ୍ରକାଶ କରିପାରିନଥାନ୍ତି । ପୁଅମାନଙ୍କ ଠାରୁ ଝିଅ ମାନଙ୍କର ଭାବନା ଶକ୍ତି ଅଧିକ ହୋଇଥାଏ । ଭଲପାଇବାର ଅନୁଭୂତି ପୁଅଙ୍କ ତୁଳନାରେ ଝିଅଙ୍କୁ ଅଧିକ ହୋଇଥାଏ । କିନ୍ତୁ ସେମାନେ ଏହାକୁ କାହାକୁ କହିପାରନ୍ତି ନାହିଁ ।
ସାଧାରଣତଃ ଝିଅ ମାନେ ୨୨ ରୁ ୩୦ ବର୍ଷ ବୟସରେ ବିବାହ ପାଇଁ ଉପଯୁକ୍ତ ଥାନ୍ତି । ଏହି ସମୟ ମଧ୍ୟରେ ତାଙ୍କ ଜୀବନରେ ଅନେକ ପୁଅ ମଧ୍ୟ ଆସିଥାନ୍ତି । ହେଲେ ସେଥିମଧ୍ୟରୁ କେହି ଜଣେ ହିଁ ତାଙ୍କ ଜୀବନସାଥି ହୋଇପାରନ୍ତି । ଜିଏକି ସେହି ଝିଅଙ୍କୁ ଜୀବନ ସାରା ଭଲ ପାଇବା ଦେଇପାରୁଥିବେ । ଜଣେ ଭଲ ଲାଇଫ ପାର୍ଟନରଙ୍କୁ ହିଁ ଝିଅ ମାନେ ନିଜର ଜୀବନସାଥି ରୂପେ ବାଛିଥାନ୍ତି ।