କ୍ରୀଡା

ଅମିତାଭ ବଚ୍ଚନଙ୍କ ‘ଭାରତ ମାତା’ ପୋଷ୍ଟ୍‌ ଟିମ୍‌ ଇଣ୍ଡିଆ ନୁହେଁ, ଟିମ୍‌ ଭାରତ: ସେହବାଗ – Utkal Mail


ମୁମ୍ବାଇ : ଜି-୨୦ ନିମନ୍ତ୍ରଣ ପତ୍ରରେ ‘‌ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ଲେଖାକୁ ନେଇ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍‌ କରିଥିବାବେଳେ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ଏକ୍ସରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ପୋଷ୍ଟ କରିଛନ୍ତି। ବଚ୍ଚନଙ୍କର ଏହି ଅନଲାଇନ ପୋଷ୍ଟ୍‌କୁ ନେଇ ଇଣ୍ଟର‌ନେଟ୍‌ରେ ଭିନ୍ନ ମତ ଦେଖିବାକୁ ମିଳିଛି। କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଇଣ୍ଡିଆ’ ଲେଖିଥିବାବେଳେ ଅନ୍ୟ କିଛି ୟୁଜର ବିଗ୍‌ ବି’ଙ୍କ ପୋଷ୍ଟ୍‌ରେ ‘ଭାରତ’ ଲେଖିଛନ୍ତି। ତେବେ ଅଧିକାଂଶ ବିଗ୍‌ବି’ଙ୍କ ପୋଷ୍ଟ୍‌କୁ ପ୍ରଶଂସା କରିଛନ୍ତି।

ବଚ୍ଚନ ଆଜି ଜାତୀୟ ପତାକା ଇମୋଜି ସହ ‘ଭାରତ ମାତା କୀ ଜୟ’ ସ୍ଲୋଗାନ୍‌ ପୋଷ୍ଟ୍‌ କରିଛନ୍ତି। ଅନ୍ୟପକ୍ଷରେ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ ଭାରତ ନାମକୁ ସମର୍ଥନ କରି ପୋଷ୍ଟ୍‌ କରିଛନ୍ତି। ଟିମ୍‌ ଇଣ୍ଡିଆର ଜର୍ସିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ଉଚିତ ବୋଲି ସେ ଏକ୍ସ୍‌ରେ ଲେଖିଛନ୍ତି। ‘ମୁଁ ସର୍ବଦା ଏହା ଗ୍ରହଣ କରେ ଯେ ନାମ ଏଭଳି ହେବା ଉଚିତ ଯାହା ଆମ ଭିତରେ ଗର୍ବ ସୃଷ୍ଟି କରିବ। ଆମେ ଭାରତୀୟ, ଇଣ୍ଡିଆ ନାମ ଆମକୁ ଇଂରେଜମାନେ ଦେଇଛନ୍ତି। ଆମର ମୂଳ ନାମ ଭାରତକୁ ପାଇବା ପାଇଁ ଆମକୁ ଲମ୍ବା ସମୟ ଲାଗିଯାଇଛି। ସେହବାଗ ଏହି ପୋଷ୍ଟକୁ ବିସିସିଆଇ ଏବଂ ଏହାର ସଂପାଦକ ଜୟ ଶାହଙ୍କୁ ଟ୍ୟାଗ୍‌ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button