ନୀତି

ପ୍ରଥମଥର ଲାଗି ଏହି କାରଣରୁ ରାବଣକୁ ଶୋଇଥିବା ଅବସ୍ଥାରେ କରାଗଲା ଦହନ – Utkal Mail


ନୂଆଦିଲ୍ଲୀ: ସମଗ୍ରଦେଶରେ ଗତକାଲି ଧୁମଧାମରେ ବିଜୟାଦଶମୀ(ଦଶହରା) ପାଳନ କରାଯାଇଛି। ମା’ଙ୍କୁ ସିନ୍ଦୂର ଲାଗି ପରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିଭିନ୍ନ ପୂଜାମଣ୍ଡପ ନିଜନିଜ ଶୈଳୀରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।  ବିଜୟାଦଶମୀ ଦିନ ବିହାରର ସୁପୌଲରେ ରାବଣ ଓ ମେଘନାଦଙ୍କ କୁଶପୁତ୍ତଳିକାକୁ  ଭିନ୍ନଶୈଳୀରେ ଦହନ କରାଯାଇଥିଲା। ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନାଯୋଗ୍ୟ, ଗତମଙ୍ଗଳବାର ଦିନ ୨ଟାରେ ଗାନ୍ଧୀମଇଦାନରେ ରାବଣ ଉତ୍ସବ ପାଇଁ ରାବଣର କୁଶପୁତ୍ତଳିକାକୁ ଛିଡ଼ା କରିବାକୁ ଚେଷ୍ଟା କରାଯାଉଥିଲା। ଏଥିପାଇଁ ଜେସିବିର ବି ସାହାଯ୍ୟ ନିଆଯାଇଥିଲା। କିନ୍ତୁ ରାବଣର ପୁତ୍ତଳିକା ଛିଡ଼ା ହୋଇ ନଥିଲା। ଏହାପରେ ରାମଲିଳା କମିଟି ଏହି ନିର୍ଣ୍ଣୟ ନେଇଥିଲା କି ଶୋଇଥିବା ଅବସ୍ଥାରେ ରାବଣର କୁଶପୁତ୍ତଳିକାର ଦହନ କରାଯିବ। ‌ଏହି ନିଷ୍ପତ୍ତିକୁ ରାମଲିଳା କମିଟରେ ଥିବା ସମସ୍ତ ସଦସ୍ୟ ସମର୍ଥନ ମଧ୍ୟ ଜଣାଇଥିଲେ।

ରାମଲିଳା କମିଟି ପକ୍ଷରୁ ଦଶହରା ଅବସରରେ ୫୫ଫୁଟର ରାବଣର ଓ ୫୦ଫୁଟର ମେଘନାଦର ପୁତ୍ତଳିକା ନିର୍ମାଣ କରାଯାଇଥିଲା। ମେଘନାଦ ପୁତ୍ତଳିକା ଛିଡ଼ା ତ ହୋଇଥିଲା କିନ୍ତୁ ରାବଣ ପୁତ୍ତଳିକା ଆଉ ଛିଡ଼ା ହୋଇ ପାରି ନଥିଲା। ଏହାପରେ ୪୧ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରାବଣର କୁତ୍ତପୁତ୍ତଳିକାକୁ ‌ଶୋଇଥିବା ଅବସ୍ଥାରେ ଦହନ କରାଯାଇଥିଲା।  ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ରହିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button