ଓଡିଶା

ଦନ୍ତାହାତୀକୁ ଗୁଳି କରି ହତ୍ୟାପରେ ଦାନ୍ତ କାଢିନେଲେ ଶିକାରୀ

ଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଳରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଗତକାଲି ଠାରୁ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଦନ୍ତାର ଦାନ୍ତ କାଢି ନେଇଛନ୍ତି ଦୁର୍ବୃତ୍ତ। ତେବେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଗୋଟିଏ ଦାନ୍ତ ଶିକାରୀ କାଢି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗତକାଲି ୧୨ ଟିକିଆ ହାତୀପଲ ସହ ଥିଲା ଏହି ଦନ୍ତା । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button