ସ୍ୱାସ୍ଥ୍ୟ

ଆପଣଙ୍କର ଲୋ-ବ୍ଲଡ଼ପ୍ରେସର ଅଛି କି ? ଏହାକୁ ପିଇକି ଦେଖନ୍ତୁ,ହେବ ଚମତ୍କାର

ତେବେ ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ସ୍ଵାସ୍ତ୍ୟ ହିଁ ସମ୍ପଦ ତେଣୁ ସ୍ୱାସ୍ଥ୍ୟ ର ଯତ୍ନ ନେବା ଶରୀରକୁ ନିରୋଗ ରଖିବା ସହିତ ସବୁ ପ୍ରକାରର ରୋଗରୁ ନିଜକୁ ଦୂରେଇରଖିବାକୁ ହେଲେ ଆମକୁ ବିଭିନ୍ନ ପ୍ରକାରର ଉପଚାରି ଜିନିଷକୁ ବ୍ୟବହାର କରିବାକୁ ପଡିଥାଏ | ଆମେ ସାଧାରଣତଃ ଔଷଧକୁ ରୋଗର ଉପଚାର ପାଇଁ ବ୍ୟବହାର କରିଥାଉ , ଆଉ କେତୋଟି ଏପରି କିଛି ଖାଇବା ବି ଅଛି ଯାହାକୁ ଖାଇବା ଫଳରେ ଆପଣ ମାନେ ବି ରିହିପାରିବେ ଭଲ |ଆଉ ନିଜକୁ ନିଜ ଶରୀରକୁ ରଖିପାରିବେ ସୁସ୍ଥ, ତେବେ ଆସନ୍ତୁ ଆଜି ଆମେ ସେହିପରି ଗୋଟିଏ ରୋଗ ଲୋ -ବ୍ଲଡ ପ୍ରେସର ବିଷୟରେ ଆଲୋଚନା କରିବା ଓ ସେହି ରୋଗର ଉପଚାର ବିଷୟରେ ମଧ୍ୟ ଜାଣିବା |

ତେବେ ଆମେ ସମସ୍ତେ ଜାଣିଥିବା ଆଜିର ଦୁନିଆରେ ସବୁଠୁ ବେସି ପରିମାଣରେ ଲୋକ ପ୍ରାୟ କମ ବୟସରୁ ଏହି ପ୍ରକାରର ବିଭିନ୍ୟ ରୋଗ ଯୋଗୁ ମୃତ୍ୟୁ ମୁଖରେ ପଡୁଛନ୍ତୁ | ତେବେ ଲୋ _ବ୍ଲଡ ପ୍ରେସର ବି ଆମ ଜୀବନକୁ ବିପଦରେ ପକେଇଥାଏ ଓ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ସୃଷ୍ଟି କୋରେଇଥାଏ, ଆସନ୍ତୁ ତାହେଲେ ଆଜି ଆମେ ଲୋ – ବ୍ଲଡ ପ୍ରେସରର ଲକ୍ଷଣ ଓ ତାର ସମାଧାନ ବିଷୟରେ ଆଲୋଚନା କରିବା |

ଲୋ -ବ୍ଲଡ ପ୍ରେସରର ଲକ୍ଷଣ :-

1)ମୁଣ୍ଡବୁଲେଇବା
2)ଚିଡଚିଡାଲାଗିବା
3)ଶରୀର ଦୁର୍ବଳ ଲାଗିବା
4)ଥକାପଣା

 

ଏହି ପରି ଲକ୍ଷଣ ଦେଖାଗଲେ ଆମେ ମାନେ ଜାଣିପାରିବା କି ଲୋ -ବ୍ଲଡ ପ୍ରେସର ଭଳି ସମସ୍ୟା ଆମ ଦେହରେ ଦେଖାଦେଇଛି ଓ ଯାହା ପାଇଁ ଶରୀରରେ ସମସ୍ୟା ଉପରେ ସମସ୍ୟା ଦେଖା ଦେଉଛି , ସେଥିପାଇଁ ଆମେ ଡାକ୍ତରଙ୍କ ପାଖକୁ ଯାଇ ଡ଼କ୍ଟରଙ୍କ ପରାମର୍ଶ ନେଇଥାଉ ଓ ଡ଼କ୍ଟର ମଧ୍ୟ ଆବଶ୍ୟକ ଅନୁସାରେ ଔଷଧ ଦେବା ସହିତ ସ୍ପିଗମୋମାନମିଟର ସାହାଯ୍ୟରେ ପ୍ରେସରକୁ ମାପି ଆବଶ୍ୟକ ଅନୁସାରେ ସେହି ଡୋଜର ଔଷଧ ଖାଇବାକୁ ଦେଇଥାନ୍ତି | କିନ୍ତୁ ଏପରି କିଛି ଘରେଇ ଉପଚାର ରହିଛି ଯାହାକୁ ଆମେ ବ୍ୟବହାର କରି ମଧ୍ୟ ଲୋ – ବ୍ଲଡ ପ୍ରେସର ଭଳି ସମସ୍ୟାରୁ ମୁକ୍ତି ପାଇପାରିବା ଓ କିଛି ଆସ୍ତେ ଆସ୍ତେ ଏହି ସମସ୍ୟାକୁ ଦୁରେଇ ଦେଇ ପାରିବା , ତେବେ ଆସନ୍ତୁ ସେ ଘରେଇ ଜିନିଷ ଓ ତାର ଉପଚାର ବିଷୟରେ ଜାଣିବା |

ଲୋ – ବ୍ଲଡ ପ୍ରେସର ର ସବୁଠୁ ଭଲ ଉପଚାର ଯାହାକି ଆମ ଶରୀରକୁ ସୁସ୍ଥ ରଖିବା ସହିତ ଆମକୁ ଏହି ରୋଗ ଠାରୁ ଦୁରେଇ ରଖିଥାଏ ତାହାହେଉଛି , କିସମିସ ତେବେ ଆସନ୍ତୁ କିସମିସକୁ କିପରି ବ୍ୟବହାର କରି ଆମେ ଏହି ରୋଗରୁ ମୁକ୍ତି ପାଇଁ ପାରିବା |

 

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ରାତିରେ 10-15 ଟି କିସମିସ କୁ ନେବା ଓ ତାକୁ ଭଲ ଭାବରେ ପାଣିରେ ଧୋଇଦେବା , ତାପରେ ଗୋଟିଏ ଗ୍ଲାସ ରେ ପାଣି ନେଇ ସେଥିରେ କିସମିସ କୁ ପକେଇବା, ଯେପରି କିସମିସ ରାତିସାରା ପାଣିରେ ପଡିରହିବ, ତାପରେ ସକାଳେ ପାଣିରେ ପଡିଥିବା କିସମିସକୁ ନେଇ ଭଲ ଭାବରେ ପେଷ୍ଟ କରିଦେବା ଓ ସେହି ପାଣିକୁ ପ୍ରତିଦିନ ସକାଳେ ଉଠି ଖାଇବା ଆଗରୁ ସେବନ କରିବା,

ଏହି ଭଳି ଗୋଟିଏ ସପ୍ତାହ ବ୍ୟବହାର କରିଲା ପରେ ଆପଣ ନିଜେ ଜାଣିପାରିବେ ଏହାର ଉପକାରିତା , ତେବେ ଆସନ୍ତୁ ସମସ୍ତେ ବ୍ୟବହାର କରିବା ଓ ଲୋ -ବ୍ଲଡ ପ୍ରେସର ଭଳି ରୋଗକୁ ଶରୀରରୁ ଦୁରେଇ ଦେବା |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button