ଦେଶ ବିଦେଶ

କରାଚୀ ଜେଲ୍‌ରୁ ୨୧୬ କଏଦୀ ଫେରାର୍‌

କରାଚୀ: ପାକିସ୍ତାନର କରାଚୀ ସ୍ଥିତ ମଲିର୍‌ ଜେଲରୁ ଗତରାତିରେ  ୨୧୬ ଜଣ କଏଦୀ ଫେରାର ହୋଇଯାଇଛନ୍ତି। କରାଚୀରେ ଭୂମିକମ୍ପ ଅନୁଭୂତ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଏଦୀମାନଙ୍କୁ ସେଲ୍‌ରୁ ବାହାରକୁ ନିଆଯାଉଥିବା ବେଳେ ଏହି ସୁଯୋଗର ଫାଇଦା ଉଠାଇ ମୁଖ୍ୟ ଗେଟ୍ ଦେଇ କଏଦୀମାନେ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ଜଣ ଧରାପଡ଼ିଥିବା ବେଳେ ୧୩୫ ଜଣ ଏବେ ବି ଫେରାର ଅଛନ୍ତି। ଜେଲ୍ ଅଧୀକ୍ଷକ ଅର୍ଶଦ ଶାହ ମଙ୍ଗଳବାର ସକାଳେ ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ କଏଦୀମାନେ କାନ୍ଥ ଭାଙ୍ଗି ଫେରାର ହୋଇଯାଇଥିଲେ। ତେବେ କୌଣସି କାନ୍ଥ ଭାଙ୍ଗିନଥିବା ପ୍ରଶାସନ ସ୍ପଷ୍ଟ କରିଛି ଏବଂ ସମସ୍ତ କଏଦୀ ମୁଖ୍ୟ ଫାଟକ ଦେଇ ଫେରାର୍‌ ହୋଇଯାଇଥିବା କୁହାଯାଇଛି। କଏଦୀଙ୍କୁ ଠାବ କରିବା ପାଇଁ ବଡ଼ ଧରଣର ତଲାସୀ ଅଭିଯାନ ଜାରି ରହିଥିବା ଜେଲ୍‌ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ପେସାଲ ସିକ୍ୟୁରିଟି ୟୁନିଟ୍ (ଏସ୍‌ଏସ୍‌ୟୁ), ରାପିଡ୍ ରେସପନ୍ସ ଫୋର୍ସ (ଆର୍‌ଆର୍‌ଏଫ୍‌), ରେଞ୍ଜର୍ସ ଓ ଫ୍ରଣ୍ଟିୟର କର୍ପସ୍ (ଏଫ୍‌ସି)ର ଟିମ୍ ଏହି ଅପରେସନରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button